ସେପ୍ଟେମ୍ବର ୧ରୁ ହାଇସ୍କୁଲରେ ମିଶିବ ୧୬୦୩ ୟୁପି ସ୍କୁଲ:  ସିବିଏସ୍‌ଇ ପରିଚାଳିତ ସ୍କୁଲରେ ମିଳିବ ବହି ଓ ପାଠ୍ୟ ଉପକରଣ

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ସରକାରୀ ହାଇସ୍କୁଲରେ ମିଶିବ ସରକାରୀ ୟୁପି ସ୍କୁଲ। ରାଜ୍ୟର ୧୬୦୩ଟି ସରକାରୀ ୟୁପି ସ୍କୁଲକୁ ନିକଟବର୍ତ୍ତୀ ହାଇସ୍କୁଲରେ ମିଶାଯିବ। ଏହି ହାଇସ୍କୁଲଗୁଡ଼ିକ ଏଣିକି ନୋଡାଲ ହାଇସ୍କୁଲ ନାଁରେ ନାମିତ କରାଯିବ। ଦୁଇ ସ୍କୁଲ କମିଟିର କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ସେମାନେ ଅଲଗା ଅଲଗା କାର୍ଯ୍ୟ କରିବେ। ତେବେ କାର୍ଯ୍ୟକାଳ ସରିଲେ ଗୋଟିଏ ପାରେଣ୍ଟ ଟିଚର କମିଟି,  ଗୋଟିଏ ପରିଚାଳନା କମିଟି, ଓ ଗୋଟିଏ ଡେଭଲପମେଣ୍ଟ କମିଟି ଗଠନ କରାଯିବ। ଆସନ୍ତା ସେପ୍ଟମ୍ବର ପହିଲାରୁ […]

Rakesh Mallick
  • Published: Wednesday, 30 August 2017
  • Updated: 30 August 2017, 09:45 PM IST

Sports

Latest News

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ସରକାରୀ ହାଇସ୍କୁଲରେ ମିଶିବ ସରକାରୀ ୟୁପି ସ୍କୁଲ। ରାଜ୍ୟର ୧୬୦୩ଟି ସରକାରୀ ୟୁପି ସ୍କୁଲକୁ ନିକଟବର୍ତ୍ତୀ ହାଇସ୍କୁଲରେ ମିଶାଯିବ। ଏହି ହାଇସ୍କୁଲଗୁଡ଼ିକ ଏଣିକି ନୋଡାଲ ହାଇସ୍କୁଲ ନାଁରେ ନାମିତ କରାଯିବ। ଦୁଇ ସ୍କୁଲ କମିଟିର କାର୍ଯ୍ୟକାଳ ସରିବା ପର୍ଯ୍ୟନ୍ତ ସେମାନେ ଅଲଗା ଅଲଗା କାର୍ଯ୍ୟ କରିବେ। ତେବେ କାର୍ଯ୍ୟକାଳ ସରିଲେ ଗୋଟିଏ ପାରେଣ୍ଟ ଟିଚର କମିଟି,  ଗୋଟିଏ ପରିଚାଳନା କମିଟି, ଓ ଗୋଟିଏ ଡେଭଲପମେଣ୍ଟ କମିଟି ଗଠନ କରାଯିବ। ଆସନ୍ତା ସେପ୍ଟମ୍ବର ପହିଲାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସେହିପରି ମିଶ୍ରଣ ନେଇ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ମୋଡାଲିଟି ସ୍ଥିର କରାଯିବ। ଏହି ତାଲିକାରେ ବାଲେଶ୍ୱର ଜିଲ୍ଲାର ସର୍ବାଧିକ ୧୪୫ଟି ସରକାରୀ ୟୁପି ସ୍କୁଲ ରହିଛି।  ସେହିପରି କଟକ ଜିଲ୍ଲାର ୧୩୫, ଯାଜପୁରର ୧୨୫,  ମୟୂରଭଞ୍ଜର ୧୨୦ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୧୧୪ଟି ୟୁପି ସ୍କୁଲ ହାଇସ୍କୁଲରେ ମିଶିବ। ପାଖାପାଖି ରହିଥିଲେ ମଧ୍ୟ ୟୁପି ଓ ହାଇସ୍କୁଲର ଅଲଗା ଅଲଗା ପ୍ରଧାନ ଶିକ୍ଷକ ରହୁଥିବାରୁ ସ୍କୁଲର ପରିଚାଳନାରେ ସମନ୍ଵୟ ରହୁନାହିଁ। ସ୍ୱାଧୀନତା ଓ ସାଧାରଣତନ୍ତ୍ର ଦିବସ, ବାର୍ଷିକ ଉତ୍ସବ, ପ୍ରାର୍ଥନା ସଭା, ମାସ୍ ଡ୍ରିଲ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ କହିଛି।

ସିବିଏସ୍‌ଇ ପରିଚାଳିତ ସ୍କୁଲରେ ମିଳିବ ବହି ଓ ପାଠ୍ୟ ଉପକରଣ

ସେପଟେ ସିବିଏସ୍ଇ ସ୍କୁଲରେ ବହି ଦୋକାନ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ବହି ଯୋଗାଣ ପାଇଁ ସିବିଏସ୍ଇ ପକ୍ଷରୁ ଏହି ନୂଆ ସର୍କୁଲାର ଜାରି ହୋଇଛି। ସ୍କୁଲ କର୍ତ୍ତୃପକ୍ଷ କ୍ୟାମ୍ପସରେ ଦୋକାନ ଖୋଲି ପିଲାଙ୍କୁ ବହି ଯୋଗାଇବେ ବୋଲି ସର୍କୁଲାରେ ଦର୍ଶାଯାଇଛି। କେବଳ ବହି ନୁହେଁ, ସମସ୍ତ ପ୍ରକାରର ପାଠ୍ୟ ଉପକରଣ ବି ଉପଲବ୍ଧ ହେବ ଏହି ବହି ଦୋକାନରେ। ଆବଶ୍ୟକ ଥିବା ବହିଗୁଡ଼ିକୁ ସ୍କୁଲ କର୍ତ୍ତୃପକ୍ଷ NCERTର ନିର୍ଦ୍ଧାରିତ ୱେବସାଇଟ ଜରିଆରେ ମଗାଇବେ ବୋଲି ସିବିଏସ୍ଇ  କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ..

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos