ପଥର ଖୋଳିବା ବେଳେ ଧସିଲା ପାହାଡ଼, ୨ ଶ୍ରମିକ ଚାପି ରହିଥିବା ସନ୍ଦେହ

ଜୟପୁର(ଟି.ଗୌରୀଶଙ୍କର): କୋରାପୁଟର ଜିଲ୍ଲା ବରିପୁଟରେ ପଥର ଖୋଳିବା ବେଳେ ପାହାଡ଼ ଧସି ୨ଜଣ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଗତକାଲି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପଥର ଖୋଳାଯାଉଥିବା ବେଳେ ହଠାତ୍‌ ପାହାଡ ଧସି ଯାଇଥିଲା।

ଖବର ପାଇଁ ବୋରିଗୁମ୍ମା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ହେଲେ ବଡ଼ ବଡ଼ ପଥର ଖଣ୍ଡ ଖସି ପଡିଥିବାରୁ ସେମାନେ ଉଦ୍ଧାର କରିବାକୁ ସକ୍ଷମ ହୋଇ ନଥିଲେ। ଆଜି ଫସି ରହିଥିବା ଲୋକମାନଙ୍କୁ ପୁଣି ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଉଛି।

Previous ArticleNext Article

Send this to a friend