ତିନିଜଣଙ୍କ ଘରେ କଳାକନା ବୁଲାଇଲେ ଡକାୟତ;୧୫ ଭରି ସୁନା ଓ ଟଙ୍କା ଲୁଟ୍‌

nn

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଘସିପୁରା ନାହାଗୁଣା ଗାଁରେ ଗୋଟିଏ ରାତିରେ ୩ ଜଣଙ୍କ ଘରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗାଁର ନୃସିଂହ ସାହୁ,ଭାଗୀରଥି ପାତ୍ର ଓ ସୁକାନ୍ତି ପାତ୍ରଙ୍କ ଘରୁ ଏହି ଡକାୟତି ହୋଇଛି।

ଗତକାଲି ବିଳମ୍ବିତ ରାତ୍ରିରେ ପ୍ରାୟ ୧୫ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ଭୟଭୀତ କରି ୧୫ ଭରି ସୁନା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଡକାୟତଙ୍କ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

Previous ArticleNext Article

Send this to a friend