ସମୁଦ୍ରରେ ନିଖୋଜ ୨ ଛାତ୍ରଙ୍କ ପତ୍ତା ମିଳୁନି

drowing

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସମୁଦ୍ରରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର  ନିଖୋଜ। ଘଟଣା ଘଟିଛି ବ୍ରହ୍ମପୁର ନିକଟ ସୋନପୁର ବେଳାଭୂମିରେ। ଗତକାଲି ଗାଧୋଇବା ବେଳେ ଏହି ୨ ଛାତ୍ର ବୁଡ଼ି ଯାଇଥିଲେ। ଖବର ଲେଖାଯିବା ସୁଦ୍ଧା ମୃତଦେହ ଉଦ୍ଧାର କରାଯାଇ ନାହିଁ। ଏହି ଦୁଇ ଛାତ୍ରଙ୍କ ଘର ଧରାକୋଟ ଓ ଆସିକା ଅଞ୍ଚଳରେ ବୋଲି ସୂଚନା ମିଳିଛି।  ଉଭୟ ଚେନ୍ନାଇର ଏକ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ।

ନୂଆ ବର୍ଷ ଅବସରରେ ଅନ୍ୟ ୪ ଜଣ ସାଙ୍ଗଙ୍କ ସହ ମିଶି ଏମାନେ ପିକ୍‌ନିକ୍ କରିବାକୁ ଆସିଥିଲେ। ହେଲେ ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଜଣ ଯାକ ଭାସି ଯାଇଥିଲେ।

Previous ArticleNext Article

Send this to a friend