ହୁହୁ ହୋଇ ଜଳିଗଲା ପିଚୁ କଣ୍ଟେନର

<p>ରାୟଗଡ଼ା(ଓଡ଼ିଶା ରିପୋର୍ଟର): ହୁ ହୁ ହୋଇ ଜଳିଗଲା ୨ଟି ପିଚୁ କଣ୍ଟେନର। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ କଳା ଧୂଆଁରେ ସମଗ୍ର ଅଞ୍ଚଳ ଆଚ୍ଛାଦିତ ହୋଇଯାଇଥିଲା। ରାୟଗଡ଼ାରୁ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।</p> <p>ଆଜି ଦିନ ୨ଟା ବେଳେ ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ହାତୀଖମ୍ବା ଗାଁରେ ଥିବା ଏକ ହଟ୍ ମିକ୍ସ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା। ଡିଏଲ୍&zwnj;ଓ ପାଇପ୍&zwnj; (ପିଚୁ ଗରମ କରିଥାଏ) ବ୍ଲାଷ୍ଟ କରିବାରୁ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ଏହି ନିଆଁ ଦୁଇଟି ଯାକ କଣ୍ଟେନରରେ ଲାଗି ଯାଇଥିଲା। ପ୍ଲାଣ୍ଟରେ ଥିବା ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସଫଳ ନହେବାରୁ ରାୟଗଡ଼ା ଦମକର କେନ୍ଦ୍ରକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା &nbsp;କରିଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବା ସହଜ ହେଉନଥିଲା। ତଥାପି ଉଦ୍ୟମ ଜାରି ରହିଛି। ମାତ୍ର ଏଥିରେ କିଛି ମୃତାହତ ହୋଇନଥିବା ଜଣାପଡ଼ିଛି।</p>

Ordigital Desk
  • Published: Wednesday, 18 April 2018
  • Updated: 18 April 2018, 05:16 PM IST

Sports

Latest News

<p>ରାୟଗଡ଼ା(ଓଡ଼ିଶା ରିପୋର୍ଟର): ହୁ ହୁ ହୋଇ ଜଳିଗଲା ୨ଟି ପିଚୁ କଣ୍ଟେନର। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ କଳା ଧୂଆଁରେ ସମଗ୍ର ଅଞ୍ଚଳ ଆଚ୍ଛାଦିତ ହୋଇଯାଇଥିଲା। ରାୟଗଡ଼ାରୁ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।</p><p>ଆଜି ଦିନ ୨ଟା ବେଳେ ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ହାତୀଖମ୍ବା ଗାଁରେ ଥିବା ଏକ ହଟ୍ ମିକ୍ସ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା। ଡିଏଲ୍&zwnj;ଓ ପାଇପ୍&zwnj; (ପିଚୁ ଗରମ କରିଥାଏ) ବ୍ଲାଷ୍ଟ କରିବାରୁ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ଏହି ନିଆଁ ଦୁଇଟି ଯାକ କଣ୍ଟେନରରେ ଲାଗି ଯାଇଥିଲା। ପ୍ଲାଣ୍ଟରେ ଥିବା ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସଫଳ ନହେବାରୁ ରାୟଗଡ଼ା ଦମକର କେନ୍ଦ୍ରକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା &nbsp;କରିଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବା ସହଜ ହେଉନଥିଲା। ତଥାପି ଉଦ୍ୟମ ଜାରି ରହିଛି। ମାତ୍ର ଏଥିରେ କିଛି ମୃତାହତ ହୋଇନଥିବା ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos