ବିଷକ୍ରିୟା ଯୋଗୁଁ ବଳିରାଜ ଗାଁରେ ୨୦୦ରୁ ଅଧିକ ମୂଷାଙ୍କ ମୃତ୍ୟୁ

rat

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବଗଡ଼ା ପଞ୍ଚାୟତ ଅନ୍ତର୍ଗତ ବଳିରାଜ ଗାଁରେ ଆଜି ସକାଳେ ପ୍ରତି ଘରେ ମୂଷା ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଁରେ ୨୦୦ରୁ ଅଧିକ ମୂଷାଙ୍କ ମୃତ୍ୟୁ ହୋଇଥିଲା। ମୃତ ମୂଷାଙ୍କ ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି ଯେ ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିଛି। ଏକକାଳୀନ ଏତେ ସଂଖ୍ୟକ ମୂଷା ଗାଁରେ ମରି ପଡ଼ିଥିବା ଖବର ପାଇବା ପରେ ପଶୁ ଚିକିତ୍ସାଳୟ ପକ୍ଷରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଭୁବନେଶ୍ୱର ସ୍ଥିତ ଓୟୁଏଟିର ପ୍ରଫେସର ଶିଶନ କୁମାର ପଣ୍ଡା ରକ୍ତ ନମୁନା ପରୀକ୍ଷା କରିବା ପରେ ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ଦେଇଛନ୍ତି।

Previous ArticleNext Article

Send this to a friend