ପଶ୍ଚିମରୁ ଆରମ୍ଭ ହେଲାଣି ମିଶନ ୧୯ର ଅଭିଯାନ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ୧୦ ଜିଲ୍ଲାରେ ନିଜ ଆଧିପତ୍ୟ ବିସ୍ତାର ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା। ବିଜେଡି-ବିଜେପି ଭିତରେ ବାଦ-ବିବାଦର ଧାରା ବଜାଏ ରହିଛି।  ବଲାଙ୍ଗିରରେ ଶାହାଙ୍କ ସଉତୁଣୀ କଟାକ୍ଷ ଓ ନବୀନଙ୍କ ପଲଟଓ୍ୱାର ପରେ ଧର୍ମେନ୍ଦ୍ରଙ୍କ ଟ୍ୱିଟବାଣ ଦୁଇ ଦଳର ପଶ୍ଚିମ କାର୍ଡ଼କୁ ରୋଚକ ମୋଡ଼ ଦେଇଛି । ଦୁହିଁଙ୍କ କଳିରେ ମୁଣ୍ଡ ପୁରାଇ ଆଞ୍ଚଳିକ ବୈଷମ୍ୟ କଥା ଉଠାଇ ଉଭୟ ବିଜେପି ଓ ବିଜେଡିକୁ ପଶ୍ଚିମ ଓଡିଶାର ଶତ୍ରୁ ବୋଲି କହିଛି କଂଗ୍ରେସ।

୧୯ ନିର୍ବାଚନ ଯୁଦ୍ଧର ପଶ୍ଚିମରେ ବିଜେପି ଲୋକଙ୍କ ସହିତ ଅଛି, ଏବାର୍ତ୍ତା ଦେବାକୁ ଫ୍ଲୋରାଇଡ ପାଣି ପ୍ରଭାବିତ ଗାଁକୁ ଯିବା ସହ, ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ଓ  ଦାଦନ ପରି ମୌଳିକ ସମସ୍ୟା ଉଠାଇ ନବୀନଙ୍କୁ ଆଟାକ କରିଥିଲେ ଶାହା । ନବୀନ ବି ନିଜ ଅନ୍ଦାଜରେ ଜବାବ ଦେଲେ। ତାକୁ ପୁଣି ଜବାବ୍ ଦେବାକୁ ଯାଇ ଦାଦନ, ଜଳସେଚନ ମାତୃ ମୃତ୍ୟୁହାରର ତଥ୍ୟ ରଖି ଧର୍ମେନ୍ଦ୍ର ଟ୍ୱିଟ୍ ବି କଲେ । ହେଲେ ଦୁହିଁଙ୍କ ଏ କଳିରେ ଏବେ ଏଣ୍ଟ୍ରି ମାରିଛି କଂଗ୍ରେସ। ଆଞ୍ଚଳିକ ବୈଷମ୍ୟର ଶିକାର ପଶ୍ଚିମ ଓଡିଶାର ଶିକ୍ଷା, ସ୍ୱାସ୍ଥ୍ୟ ଜଳସେଚନ ଓ ବେକାରୀ ଦୂର କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ

ସରକାର ଫେଲ ମାରିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

Ordigital Desk
• Published: Monday, 09 April 2018
• Updated: 09 April 2018, 11:00 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ୧୦ ଜିଲ୍ଲାରେ ନିଜ ଆଧିପତ୍ୟ ବିସ୍ତାର ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା। ବିଜେଡି-ବିଜେପି ଭିତରେ ବାଦ-ବିବାଦର ଧାରା ବଜାଏ ରହିଛି।  ବଲାଙ୍ଗିରରେ ଶାହାଙ୍କ ସଉତୁଣୀ କଟାକ୍ଷ ଓ ନବୀନଙ୍କ ପଲଟଓ୍ୱାର ପରେ ଧର୍ମେନ୍ଦ୍ରଙ୍କ ଟ୍ୱିଟବାଣ ଦୁଇ ଦଳର ପଶ୍ଚିମ କାର୍ଡ଼କୁ ରୋଚକ ମୋଡ଼ ଦେଇଛି । ଦୁହିଁଙ୍କ କଳିରେ ମୁଣ୍ଡ ପୁରାଇ ଆଞ୍ଚଳିକ ବୈଷମ୍ୟ କଥା ଉଠାଇ ଉଭୟ ବିଜେପି ଓ ବିଜେଡିକୁ ପଶ୍ଚିମ ଓଡିଶାର ଶତ୍ରୁ ବୋଲି କହିଛି କଂଗ୍ରେସ।

୧୯ ନିର୍ବାଚନ ଯୁଦ୍ଧର ପଶ୍ଚିମରେ ବିଜେପି ଲୋକଙ୍କ ସହିତ ଅଛି, ଏବାର୍ତ୍ତା ଦେବାକୁ ଫ୍ଲୋରାଇଡ ପାଣି ପ୍ରଭାବିତ ଗାଁକୁ ଯିବା ସହ, ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ଓ  ଦାଦନ ପରି ମୌଳିକ ସମସ୍ୟା ଉଠାଇ ନବୀନଙ୍କୁ ଆଟାକ କରିଥିଲେ ଶାହା । ନବୀନ ବି ନିଜ ଅନ୍ଦାଜରେ ଜବାବ ଦେଲେ। ତାକୁ ପୁଣି ଜବାବ୍ ଦେବାକୁ ଯାଇ ଦାଦନ, ଜଳସେଚନ ମାତୃ ମୃତ୍ୟୁହାରର ତଥ୍ୟ ରଖି ଧର୍ମେନ୍ଦ୍ର ଟ୍ୱିଟ୍ ବି କଲେ । ହେଲେ ଦୁହିଁଙ୍କ ଏ କଳିରେ ଏବେ ଏଣ୍ଟ୍ରି ମାରିଛି କଂଗ୍ରେସ। ଆଞ୍ଚଳିକ ବୈଷମ୍ୟର ଶିକାର ପଶ୍ଚିମ ଓଡିଶାର ଶିକ୍ଷା, ସ୍ୱାସ୍ଥ୍ୟ ଜଳସେଚନ ଓ ବେକାରୀ ଦୂର କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ

ସରକାର ଫେଲ ମାରିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos