ସେବାଶ୍ରମର ତିନି ଛାତ୍ରୀଙ୍କୁ ଅପହରଣ: ଶୌଚ ଲାଗି ଉଠିଥିବାବେଳେ ରାତି ଅଧରେ ଟେକି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପରଜାବେଡ଼ାପଦର ସେବାଶ୍ରମରୁ ଗତ ରାତିରେ ୩ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ସଂପୃକ୍ତ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଆଶ୍ରମ ପରିସରରୁ ଉଠାଇ ନେଇଥିଲେ।

ସମୟ ରାତି ପ୍ରାୟ ୨ଟା। ସେବାଶ୍ରମ ଶୌଚାଳୟରେ ପାଣି ନ ଥିବାରୁ ଶୌଚ ପାଇଁ ବାହାରକୁ ଯାଇଥିଲେ ୭ ଛାତ୍ରୀ । ଏହି ସମୟରେ ଏକ ବୋଲେରୋରେ ୩ ଛାତ୍ରୀଙ୍କୁ ଟେକିନେଇଥିଲେ କିଛି

ଦୁର୍ବୃତ୍ତ । ଏନେଇ ପରିବାର ଲୋକେ ଆଜି ଥାନାରେ ଏତଲା ଦେଇଥିଲେ । କିନ୍ତୁ ମଧ୍ୟାହ୍ନରେ ସଂପୃକ୍ତ ଛାତ୍ରୀମାନେ କୌଶଳକ୍ରମେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଥିଲେ।  ଘଟଣା ଯାହା ବି ହେଉନା କାହିଁକି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ପୋଲିସ ଘଟଣାର ତଦନ୍ତ କରୁଛି ବୋଲି କହିଛି।

Ordigital Desk
• Published: Monday, 09 April 2018
• Updated: 09 April 2018, 08:54 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପରଜାବେଡ଼ାପଦର ସେବାଶ୍ରମରୁ ଗତ ରାତିରେ ୩ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ସଂପୃକ୍ତ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଆଶ୍ରମ ପରିସରରୁ ଉଠାଇ ନେଇଥିଲେ।

ସମୟ ରାତି ପ୍ରାୟ ୨ଟା। ସେବାଶ୍ରମ ଶୌଚାଳୟରେ ପାଣି ନ ଥିବାରୁ ଶୌଚ ପାଇଁ ବାହାରକୁ ଯାଇଥିଲେ ୭ ଛାତ୍ରୀ । ଏହି ସମୟରେ ଏକ ବୋଲେରୋରେ ୩ ଛାତ୍ରୀଙ୍କୁ ଟେକିନେଇଥିଲେ କିଛି

ଦୁର୍ବୃତ୍ତ । ଏନେଇ ପରିବାର ଲୋକେ ଆଜି ଥାନାରେ ଏତଲା ଦେଇଥିଲେ । କିନ୍ତୁ ମଧ୍ୟାହ୍ନରେ ସଂପୃକ୍ତ ଛାତ୍ରୀମାନେ କୌଶଳକ୍ରମେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଥିଲେ।  ଘଟଣା ଯାହା ବି ହେଉନା କାହିଁକି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ପୋଲିସ ଘଟଣାର ତଦନ୍ତ କରୁଛି ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos