୩୦ ସେପ୍ଟେମ୍ବର ପୂର୍ବରୁ ୧୦ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ

କଟକ: ଆସନ୍ତା ସେପ୍ଟେମ୍ୱର ୩୦ ତାରିଖ ପୂର୍ବରୁ ୧୦ଟି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଜିଲ୍ଲାଗୁଡିକ ହେଲା  କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, ନୟାଗଡ, ମୟୁରଭଂଜ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ପୁରୀ । ଏଥିପାଇଁ ଆଜି କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ତେବେ ଖାଦ୍ୟ […]

food

food

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 01:43 PM IST

Sports

Latest News

କଟକ: ଆସନ୍ତା ସେପ୍ଟେମ୍ୱର ୩୦ ତାରିଖ ପୂର୍ବରୁ ୧୦ଟି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଜିଲ୍ଲାଗୁଡିକ ହେଲା  କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, ନୟାଗଡ, ମୟୁରଭଂଜ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ପୁରୀ । ଏଥିପାଇଁ ଆଜି କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ତେବେ ଖାଦ୍ୟ ସୁରକ୍ଷା ତାଲିକାରେ ଅର୍ନ୍ତଭୁକ୍ତ ହେବା ପାଇଁ ବିଭିନ୍ନ ଜିଲ୍ଲାରେ ଆବେଦନ କରିଥିବା ନକଲି ହିତାଧୀକାରୀମାନଙ୍କୁ ଚିହ୍ନଟ କରିବା ସହିତ ପ୍ରକୃତ ବ୍ୟକ୍ତିଙ୍କୁ ସୁଯୋଗ ଦେବା ଉପରେ ବୈଠକରେ ଜୋର ଦିଆଯାଇଥିଲା। ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମୁଖ୍ୟ ସଚେତକ ଅନନ୍ତ ଦାସ, ସଚିବ ମଧୁସୂଦନ ପାଢ଼ୀଙ୍କ ସମେତ ୧୦ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos