କିନ୍ନରଙ୍କ କାରନାମା: ରାତି ୧୨ଟା ପରେ ପହଞ୍ଚୁଥିଲେ ମେଡିକାଲରେ, ତା’ପରେ...

ଭୁବନେଶ୍ୱର (ଆଲୋକ ମହାନ୍ତି): ଓଡ଼ିଶାରେ ମୁମ୍ୱାଇ କିନ୍ନରଙ୍କ କଳା କାରନାମା। ଟାର୍ଗେଟ କରୁଥିଲେ ଘରୋଇ ମେଡ଼ିକାଲକୁ। ଚିକିତ୍ସା ବାହାନାରେ ମେଡ଼ିକାଲ ଯାଉଥିଲେ ଓ ପରେ ଚିକିତ୍ସାରେ ତ୍ରୁଟି ଥିବା ଦର୍ଶାଇ ବ୍ଲାକମେଲିଂ କରୁଥିଲେ। ଏମିତି ଗୋଟିଏ କି ଦୁଇଟି ନୁହେଁ ୩ଟି ହସ୍ପିଟାଲକୁ ନିଜ ଜାଲରେ ଫସାଇଥିଲେ ସମ୍ପୃକ୍ତ କିନ୍ନର। ଏପରିକି ଧରା ପଡ଼ିଯିବା ଭୟରେ ଏକ ହସ୍ପିଟାଲ ଟଙ୍କା ଦେଇଥିବା ବି ଅଭିଯୋଗ ହୋଇଛି। ତେବେ ପରିସ୍ଥିତି ଅସମ୍ଭାଳ ହେବାରୁ ଦୁଇଟି ହସ୍ପିଟାଲ ଏନେଇ ଭୁବନେଶ୍ୱର […]

Kinnara

Kinnara

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 06:32 PM IST

Sports

Latest News

ଭୁବନେଶ୍ୱର (ଆଲୋକ ମହାନ୍ତି): ଓଡ଼ିଶାରେ ମୁମ୍ୱାଇ କିନ୍ନରଙ୍କ କଳା କାରନାମା। ଟାର୍ଗେଟ କରୁଥିଲେ ଘରୋଇ ମେଡ଼ିକାଲକୁ। ଚିକିତ୍ସା ବାହାନାରେ ମେଡ଼ିକାଲ ଯାଉଥିଲେ ଓ ପରେ ଚିକିତ୍ସାରେ ତ୍ରୁଟି ଥିବା ଦର୍ଶାଇ ବ୍ଲାକମେଲିଂ କରୁଥିଲେ। ଏମିତି ଗୋଟିଏ କି ଦୁଇଟି ନୁହେଁ ୩ଟି ହସ୍ପିଟାଲକୁ ନିଜ ଜାଲରେ ଫସାଇଥିଲେ ସମ୍ପୃକ୍ତ କିନ୍ନର। ଏପରିକି ଧରା ପଡ଼ିଯିବା ଭୟରେ ଏକ ହସ୍ପିଟାଲ ଟଙ୍କା ଦେଇଥିବା ବି ଅଭିଯୋଗ ହୋଇଛି। ତେବେ ପରିସ୍ଥିତି ଅସମ୍ଭାଳ ହେବାରୁ ଦୁଇଟି ହସ୍ପିଟାଲ ଏନେଇ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ କିନ୍ନରଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଏହି କିନ୍ନରଙ୍କ ନାଁ ସଚିନ୍‌ ଲରେନ୍ସ। ମୁମ୍ୱାଇରୁ ଲିଙ୍ଗ ପରିବର୍ତ୍ତନ କରି ଭୁବନେଶ୍ୱର ଆସିଥିଲେ। ଦୈନିକ ତାଙ୍କ କାମ ହେଲା, ରାତିରେ ୧୨ ପରେ ଘରୁ ବାହାରୁଛନ୍ତି। ତଳି ପେଟ ଯନ୍ତ୍ରଣା ହେଉଛି ବୋଲି ବାହାନା କରି ଘରୋଇ ହସ୍ପିଟାଲ ଯାଉଥିଲେ। ଚିକିତ୍ସା ପରେ ତ୍ରୁଟି ହୋଇଥିବା ବାହାନା କରି ବ୍ଲାକମେଲିଂ କରୁଥିଲେ। ରାଜଧାନୀର ଛାତି ଉପରେ ଏମିତି ୩ଟି ହସ୍ପିଟାଲକୁ ସେ ଫସାଇଥିଲେ। କାଟୁ କରୁଥିଲା ତାଙ୍କ କୌଶଳ। ପରେ ବ୍ଲାକମେଲିଂ କରି ପଇସା ମାଗୁଥିଲେ। ଏପରିକି ଏକ ହସ୍ପିଟାଲ ଭୟ ଓ ଭାବମୂର୍ତ୍ତିକୁ ଦୃଷ୍ଟିରେ ରଖି ୮୦,୦୦୦ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ଅର୍ଥ ଉପାର୍ଜନର ଏହି ସର୍ଟକଟ୍‌ ଫର୍ମୁଲା ଶେଷରେ ମହଙ୍ଗା ପଡ଼ିଲା। ଦୁଇଟି ହସ୍ପିଟାଲର ପକ୍ଷରୁ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ କିନ୍ନରଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos