ଜାଲ୍ ନୋଟ୍ ରାକେଟ୍‌ର ପର୍ଦ୍ଦାଫାସ୍

ବୌଦ୍ଧ (ଓଡ଼ିଶା ରିପୋର୍ଟର): ବିମୁଦ୍ରାକରଣ ବେଳେ ସରକାର ଦାବି କରିଥିଲେ, ବଜାରକୁ ଛଡ଼ାଯାଇଥିବା ନୂଆ ନୋଟ୍‌ର ନକଲ ପ୍ରସ୍ତୁତ କରିବା ସହଜ ନୁହେଁ। ତେଣୁ ନକଲି ଟଙ୍କାକୁ ନେଇ ଯେଉଁ ସମସ୍ୟା ଦେଖାଦେଉଛି ତାହା ଆଗକୁ ଆଉ ବୋଧହୁଏ ରହିବ ନାହିଁ। କିନ୍ତୁ ଏହା ଭୁଲ୍ ପ୍ରମାଣିତ ହୋଇଛି। ଭାରତ ସରକାର ବଜାରକୁ ଛାଡ଼ିଥିବା ନୂଆ ରଙ୍ଗୀନ୍‌ ନୋଟ୍‌ର ବି ନକଲ ଏବେ ବଜାରକୁ ଆସିଗଲାଣି। ଏମିତି ଏକ ଘଟଣା ପଦାକୁ ଆସିଛି ଓଡ଼ିଶାରେ।

ବୌଦ୍ଧରେ ଏକ ଜାଲ୍ ନୋଟ୍ ରାକେଟ୍‌ର ପର୍ଦ୍ଦାଫାସ୍ କରିଛି ପୋଲିସ। ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ପୋଲିସ ୪ ଜଣକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରାଯାଇଛି। ଏଥିସହ ଟଙ୍କା ଛାପିବା ଓ ଏହାକୁ ମାର୍କେଟକୁ ଛାଡ଼ିବାରେ ବ୍ୟବହୃତ ପ୍ରିଣ୍ଟର, ଲାପଟପ୍‌ ଓ ଏକ କାର୍‌ ଜବତ ହୋଇଛି। ଅଭିଯୁକ୍ତମାନେ ବରଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାରୁ ସାରା ଓଡ଼ିଶାକୁ ଜାଲ୍‌ ନୋଟ୍‌ କାରବାର ବ୍ୟାପିଥିବା ପୋଲିସ ସୁରାକ ପାଇଛି। ଆଶା କରାଯାଉଛି ଏହି ରାକେଟ୍‌କୁ ଆଶ୍ରା କରି ପୋଲିସ୍ ଏକ ବଡ଼ ଧରଣର ସଫଳତା ନିଶ୍ଚୟ ପାଇପାରିବ।

Previous ArticleNext Article

Send this to a friend