ଟ୍ରେନ୍‌ ନେଇଗଲା ୪ ହାତୀଙ୍କ ଜୀବନ

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ବାଘଡ଼ିହି ରେଞ୍ଜରେ ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରୁ ଚେଲିଡିହି ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ ଯିବା ସମୟରେ ହାତୀ ପଲ ରେଳ ଲାଇନ୍ ପାର ହେଉଥିବା ବେଳେ ଧକ୍କା ହୋଇଛି।

ମୃତ ହାତୀଙ୍କ ମଧ୍ୟରେ ରହିଛି ଗୋଟିଏ ଦନ୍ତା, ଦୁଇଟି ମାଈ ଏବଂ ଗୋଟିଏ ଛୁଆ ହାତୀ।  ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Previous ArticleNext Article

Send this to a friend