ନକ୍ସଲ ଭୟରେ ଭିଟାମାଟି ଛାଡିଲେ ୪ ପରିବାର

ଭୁବନେଶ୍ୱର: ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ଲୋକେ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା କୁରୁପ ଗାଁର ୪ ପରିବାର ଭିଟାମାଟି ଛାଡ଼ିଛନ୍ତି । ମାଓବାଦୀମାନେ ଏହି ପରିବାରକୁ ପୋଲିସ ଇନଫର୍ମର ସନ୍ଦେହରେ ବିଭିନ୍ନ ସମୟରେ ଧମକ ଚମକ ଦେଉଥିଲେ । ଜୀବନ ବଞ୍ଚାଇବା ପାଇଁ ନିଜର ଜୀବିକାକୁ ଛାଡି ରାତିରେ ୪୦ କିଲୋମିଟର ଚାଲି ଚାଲି ଆସି ଅନ୍ୟଆଡେ ଆଶ୍ରୟ ନେଇଛନ୍ତି ୪ ପରିବାର। ସେମାନଙ୍କ ମଧ୍ୟରୁ ୨ଟି ପରିବାର କୋଡେଲ ମେଟଲା ଗାଁରେ ଆଶ୍ରୟ ନେଇଥିବାବେଳେ ଅନ୍ୟମାନେ ମାନ୍ଦାପାଲ୍ଲୀ ଗାଁରେ ଆଶ୍ରୟ ନେଇଛନ୍ତି ।  ସେପଟେ ପ୍ରଶାସନ ତରଫରୁ ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି କହିଛନ୍ତି । ଏହା ପୂର୍ବରୁ ମଧ୍ୟ ମାଓବାଦୀଙ୍କ ଧମକ ପାଇଁ ମାଥିଲି, କାଲିମେଳା, ପଡିଆ ଓ ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳର ୨୦୦ରୁ ଅଧିକ ପରିବାର ଗାଁଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ।

Previous ArticleNext Article

Send this to a friend