ଜଙ୍ଗଲୀ ଛତୁ ଖାଇ ୪ ଅସୁସ୍ଥ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଧୀନସ୍ଥ କନ୍ଦରା ଗ୍ରାମରେ ଜଙ୍ଗଲୀ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ବୁଧବାର ସେମାନଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ଖବର ଅନୁସାରେ, ଗତକାଲି ରାତିରେ ଦୁର୍ବାସ ରାୟ ଓ ତାଙ୍କ ସ୍ତ୍ରୀ ଜଙ୍ଗଲରୁ ଛତୁ ଆଣି ରାନ୍ଧି ଖାଇଥିଲେ। ଆଜି […]

deh

deh

Rakesh Mallick
  • Published: Wednesday, 11 July 2018
  • Updated: 11 July 2018, 07:55 PM IST

Sports

Latest News

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଧୀନସ୍ଥ କନ୍ଦରା ଗ୍ରାମରେ ଜଙ୍ଗଲୀ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ବୁଧବାର ସେମାନଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ଖବର ଅନୁସାରେ, ଗତକାଲି ରାତିରେ ଦୁର୍ବାସ ରାୟ ଓ ତାଙ୍କ ସ୍ତ୍ରୀ ଜଙ୍ଗଲରୁ ଛତୁ ଆଣି ରାନ୍ଧି ଖାଇଥିଲେ। ଆଜି ସକାଳୁ ସେମାନଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ତୁରନ୍ତ ସେମାନଙ୍କୁ କଙ୍କଡ଼ାହାଡ଼ ଡାକ୍ତରଖାନା ଓ ପରେ କାମାକ୍ଷାନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos