ଚଟାପଟ୍‌ କହିଦେଉଛି କେଉଁ ରାଜ୍ୟର ରାଜଧାନୀ କ’ଣ, ମନେରଖିଛି ୬୦ଟି ଦେଶର ପତାକା କେମିତି

ପୁରୀ (ପ୍ରଦେଶ ପ୍ରତ୍ୟୁଷ ) : ଆପଣ ଅନେକ ଛୋଟ ଛୋଟ ପିଲାଙ୍କ ଅପୂର୍ବ ଧୀଶକ୍ତି ବିଷୟରେ ଶୁଣିଥିବେ ଓ ଟେଲିଭିଜନ ପରଦାରେ ସେମାନଙ୍କୁ ଦେଖିଥିବେ । ଏମିତି ଆଉ ଜଣେ ପ୍ରଚଣ୍ଡ  ପ୍ରତିଭାଶାଳୀ କୁନି ଝିଅ  ହେଲେ ପରିଧି । ଏହି  ଝିଅର ସ୍ମୃତିଶକ୍ତି ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ପୁରୀର ୟୁରୋକିଡ୍‌ସ ଇଣ୍ଟର୍‌ନ୍ୟାସନାଲ୍‌  ପ୍ଲେ ସ୍କୁଲ୍‌ର ୟୁ-କେଜିରେ ପଢୁଥିବା ପରିଧିଙ୍କର ବୟସ ମାତ୍ର ୪ବର୍ଷ ୬ମାସ। ହେଲେ ଏତେ କମ୍‌ ବୟସରେ […]

bb

bb

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 10:35 PM IST

Sports

Latest News

ପୁରୀ (ପ୍ରଦେଶ ପ୍ରତ୍ୟୁଷ ) : ଆପଣ ଅନେକ ଛୋଟ ଛୋଟ ପିଲାଙ୍କ ଅପୂର୍ବ ଧୀଶକ୍ତି ବିଷୟରେ ଶୁଣିଥିବେ ଓ ଟେଲିଭିଜନ ପରଦାରେ ସେମାନଙ୍କୁ ଦେଖିଥିବେ । ଏମିତି ଆଉ ଜଣେ ପ୍ରଚଣ୍ଡ  ପ୍ରତିଭାଶାଳୀ କୁନି ଝିଅ  ହେଲେ ପରିଧି । ଏହି  ଝିଅର ସ୍ମୃତିଶକ୍ତି ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ପୁରୀର ୟୁରୋକିଡ୍‌ସ ଇଣ୍ଟର୍‌ନ୍ୟାସନାଲ୍‌  ପ୍ଲେ ସ୍କୁଲ୍‌ର ୟୁ-କେଜିରେ ପଢୁଥିବା ପରିଧିଙ୍କର ବୟସ ମାତ୍ର ୪ବର୍ଷ ୬ମାସ। ହେଲେ ଏତେ କମ୍‌ ବୟସରେ ଏହି ଝିଅଟି ୬୦ଟି ଦେଶର ଜାତୀୟ ପତାକାକୁ ମନେରଖି ନିର୍ଭୁଲ୍‌ ଭାବେ କହିପାରୁଛନ୍ତି । ଆଉ ଘରେ ଟିଭିରୁ କାର୍ଟୁନ୍‌ ଫିଲ୍ମ ଦେଖି ଦେଖି ଇଂରାଜୀ ଶିଖିଛନ୍ତି । ବାପା-ମାଆଙ୍କ ସହ ଅତି ସହଜରେ ଇଂରାଜୀରେ କଥା ବି ହୋଇପାରୁଛନ୍ତି।

ପରିଧିଙ୍କ ଏପରି ପ୍ରଖର ସ୍ମୃତି ଶକ୍ତି ଦେଖି ଖୁସି ହୋଇଛନ୍ତି  ବାପା ପ୍ରତ୍ୟୁଷ ରଂଜନ ମହାନ୍ତି ଓ ମାଆ ହିମାଦ୍ରୀ ତନୟା ମହାନ୍ତି । ଝିଅକୁ ଯେତେବେଳେ ୩ବର୍ଷ ହୋଇଥିଲା ସେତେବେଳୁ ସେ ସବୁ ଜିନିଷକୁ ଥରେ ଶୁଣି ମନେରଖିଦେଉଥିଲା ଓ ଟିଭିରୁ କାର୍ଟୁନ୍‌ ଫିଲ୍ମ ଦେଖି ଇଂରାଜୀ କହିବା ମଧ୍ୟ ଶିଖିଥିଲା ବୋଲି ପରିଧିଙ୍କ ମାଆ କୁହନ୍ତି। ଯେଉଁ ବୟସରେ ଅନେକ ପିଲା ଠିକ୍‌ରେ କଥା କହିପାରନ୍ତି ନାହିଁ ସେ ବୟସରେ ପରିଧି ପ୍ରାଞ୍ଜଳ ଭାବେ ବିଭିନ୍ନ ଦେଶର ଜାତୀୟ ପତାକାର ବର୍ଣ୍ଣନା କରିବା ସହ ଅନେକ କିଛି କଥା ଶୁଣି ମନେରଖି ପାରୁଛନ୍ତି। ଯାହାକି ସମସ୍ତଙ୍କୁ ବିସ୍ମିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos