ସମ୍ବଲପୁର ଡବଲ ମର୍ଡର ଘଟଣାରେ ଆଉ ୫ ଗିରଫ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ଠେଲକୋପଡ଼ା ଡବଲ ମର୍ଡର ଘଟଣାରେ ‌ଆଉ ୫ ଜଣଙ୍କୁ ଗିରଫ କରିଛି ପୋଲିସ୍‌। ଏହା ସହିତ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଗତକାଲି ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀ ଓ ତା’ର ଜଣେ ସହଯୋଗୀକୁ ଗିରଫ କରିଥିଲା ପୋଲିସ।

ଗତକାଲି ଠେଲକୋପଡ଼ାର ସୁଜିତ ନାଗଙ୍କୁ ପାଣ୍ଡବ ମୁଖୀଙ୍କ ପରିବାର ଆକ୍ରମଣ କରିଥିଲେ। ଏଥିରେ ସୁଜିତଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସୁଜିତଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ପାଣ୍ଡବ ମୁଖୀଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଘରେ ନିଆଁ ଲଗାଇ ଦେବା ସହ ତାଙ୍କ ଭାଇଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ପାଣ୍ଡବ ମୁଖୀଙ୍କ ଭାଇ ଶଙ୍କର ମୁଖୀଙ୍କର ମୃତ୍ୟୁ ହୋଇଥିଲା।

 

Previous ArticleNext Article

Send this to a friend