୭ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ

baleswar

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗାଁରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ଜନଗହଳିର ସୁଯୋଗ ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତ ଜଣକ ସୋର ଥାନା ପୁରୁଷୋତ୍ତମପୁର ଗାଁର ମନୀନ୍ଦ୍ର ମଲ୍ଲିକ। ମନୀନ୍ଦ୍ର ନାବାଳିକାକୁ ଏକ ଏଲଆଇ ପଏଣ୍ଟ ନିକଟକୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

ଘଟଣା ନେଇ ସୋର ଥାନାରେ ପରିବାର ଲୋକଙ୍କ ଏତଲା ଦେବା ପରେ ଅଭିଯୁକ୍ତ ମନୀନ୍ଦ୍ରଙ୍କୁ ପୋଲିସ ଗିରଫ କରିଛି।

Previous ArticleNext Article

Send this to a friend