ଧରାପଡ଼ିଲେ ୮ ପିଏଲଏଫଆଇ ସଦସ୍ୟ

plfi

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାର ବିଶ୍ରା ଅଞ୍ଚଳର ଏକ ଜଙ୍ଗଲରୁ ପିଏଲଏଫଆଇର ୮ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ଟି ପିସ୍ତଲ ଓ ୨ଟି ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗ୍ୟାଙ୍ଗର ଏରିଆ କମାଣ୍ଡର ସୁଦାମ ସିଂ ଓ ତା’ର ସହଯୋଗୀ ଚନ୍ଦ୍ରଭାନୁ ସିଂ ଅଛନ୍ତି। ଅନ୍ୟ ୫ଜଣଙ୍କ ପରିଚୟ ଜଣାପଡ଼ି ନାହିଁ।

ସୁଦାମ ଓ ତା’ର ସହଯୋଗୀ ନାମରେ ଝାଡ଼ଖଣ୍ଡ ଓ ଓଡ଼ିଶାରେ ୧୦ଟି ହତ୍ୟା, ୭ଟି ପେଟ୍ରୋଲ ପମ୍ପ ଡକାୟତି ଓ ବହୁ ଦାଦା ବଟି ମାମଲା ରହିଛି। ଝାଡ଼ଖଣ୍ଡର ବାନୋ ଥାନା ପୋଲିସ ସେମାନଙ୍କୁ ପଚରାଉଚରା କରୁଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି ।

ଗତ ଜୁନ ମାସରେ ସୁଦାମ ସିଂ ଏକ ଲକ୍ଷ ୪୦ ହଜାର ଟଙ୍କାର ସୁପାରୀ ନେଇ ବିଶ୍ରା ଥାନା ମିଟକୁନ୍ଦୁରି ଗାଁରେ ଜଣେ ବ୍ୟକ୍ତିକୁ ଗୁଳି କରିଥିଲା। ତେବେ ସୌଭାଗ୍ୟବଶତଃ ଉକ୍ତ ବ୍ୟକ୍ତି ବଞ୍ଚିଯାଇଥିଲେ।

 

Previous ArticleNext Article

Send this to a friend