ବାଲେଶ୍ୱରରେ ଅଜଣା ରୋଗ ଆତଙ୍କ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ନିମାତଗୁର ଗାଁରେ ‘ଅଜଣା’ ରୋଗର ଆତଙ୍କ ଖେଳିଯାଇଛି। ଗାଁର ୮ଜଣଙ୍କୁ ଭୀଷଣ ଜ୍ୱର ହେବା ସହ ପେଟ ବ୍ୟଥାର ଅଭିଯୋଗ ଆସିଛି। ପୂର୍ବରୁ ଗାଁର ଦୁଇ ଜଣ ଏପରି ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀ କହିଛନ୍ତି। ବର୍ତ୍ତମାନ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ସହାୟତାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଗୋଆରୁ ଫେରିବା ପରେ ସେହି ‘ଅଜଣା’ ରୋଗରେ ଆକ୍ରାନ୍ତ […]

balesore

balesore

Rakesh Mallick
  • Published: Tuesday, 17 July 2018
  • Updated: 17 July 2018, 11:44 AM IST

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ନିମାତଗୁର ଗାଁରେ 'ଅଜଣା' ରୋଗର ଆତଙ୍କ ଖେଳିଯାଇଛି। ଗାଁର ୮ଜଣଙ୍କୁ ଭୀଷଣ ଜ୍ୱର ହେବା ସହ ପେଟ ବ୍ୟଥାର ଅଭିଯୋଗ ଆସିଛି। ପୂର୍ବରୁ ଗାଁର ଦୁଇ ଜଣ ଏପରି ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀ କହିଛନ୍ତି। ବର୍ତ୍ତମାନ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ସହାୟତାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏମାନେ ସମସ୍ତେ ଗୋଆରୁ ଫେରିବା ପରେ ସେହି 'ଅଜଣା' ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମାନେ ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ରକ୍ତ ନମୁନା ପରୀକ୍ଷା ପରେ ରୋଗ ନିରୂପଣ କରାଯାଇପାରିବ ବୋଲି ଡାକ୍ତର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos