୯ ଜଣ ଶିଶୁ ଶ୍ରମିକ ଉଦ୍ଧାର

kendujhar

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରୁ ଆଜି ୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଆସିବାକୁ ବସ୍‌କୁ ଅପେକ୍ଷା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚି ଥିଲେ। ପରେ ଚାଇଲ୍ଡ ଲାଇନ୍‌ ଅଧିକାରୀମାନେ ପହଞ୍ଚିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ବାଂଶପାଳ ଅଞ୍ଚଳର। ପ୍ରଭାତ ବସନ୍ତିଆ ନାମକ ଜଣେ ଦଲାଲ ଭୁବନେଶ୍ୱର ନନ୍ଦନକାନନ ନିକଟ ଏକ ଆପାର୍ଟମେଣ୍ଟରେ କାମ କରିବାକୁ ସେମାନଙ୍କୁ ନେଉଥିବା ଉଦ୍ଧାର ପିଲାମାନେ କହିଛନ୍ତି।

Previous ArticleNext Article

Send this to a friend