ବଜ୍ରପାତ ନେଲା ୧୦ ଜୀବନ, ୮ ଗୁରୁତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର କୋରତନାର ଗାଁରେ ବଜ୍ରପାତ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପଟ୍ଟାମୁଣ୍ଡାଇର ନରସିଂହପୁର ଗାଁରେ ବଜ୍ରପାତରେ ଜଣେ ଯୁବତୀ ଆହତ ହୋଇଥିବା ଜଣାପଡ଼ିଛି। ଏହାସହ ପଟ୍ଟାମୁଣ୍ଡାଇର ଡଙ୍ଗମାଳ ନୂନୂଗାଁରେ ୩ ବଖରା ଜଳି ଯାଇଛି।

ଯାଜପୁର ଜିଲ୍ଲାରେ ଗାଈ ଚରାଇବାକୁ ଯିବା ଦୁଇ ଜଣଙ୍କ ପାଇଁ କାଳ ହୋଇଛି। ଗାଈ ଚରାଇବା ବେଳେ ବଜ୍ରପାତ ଘଟି ଚିତାହଟା ଗାଁର ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ନବରଙ୍ଗପୁର ଜିଲ୍ଲାରେ ବଜ୍ରପାତରେ ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ପଡ଼ାହାଣ୍ଡିର ପଣ୍ଡିକୋଟ ଗାଁ ଲୋକ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆର କୋଚିଆଖାଲ ଗାଁରେ ଜଣେ ବ୍ୟକ୍ତି ଏବଂ ବାଲେଶ୍ୱର ଜିଲ୍ଲା ଗୋବରଘାଟା ଗାଁରେ ଯୁବତୀ ଯୁବତୀ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ନୀଳଗିରର ନରହରିପୁର ଗାଁରେ ମଧ୍ୟ ଜଣଙ୍କ ମୃତ୍ୟୁ ଘଟିଛି।

ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ବାରିପଦାର କରଞ୍ଜିଆ ଚଢ଼େଇଭୋଳା ଗାଁରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ରାଇରଙ୍ଗପୁରର ଦାଣ୍ଡବସ ଗାଁରେ ବିଲରେ ଜଣଙ୍କର ମୃତ୍ୟୁ ଘଟିଛି।

କୋଣାର୍କରେ ମଧ୍ୟ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ନିମାପଡ଼ା ଶୂନଗୁରୁଡି ଗାଁର ବୋଲି ଜଣାପଡ଼ିଛି।

Ordigital Desk
• Published: Friday, 08 June 2018
• Updated: 08 June 2018, 07:15 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos