ପ୍ରଥମେ ଝିଅ, ତା’ପରେ ମାଆ...

କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳର ୮ ନମ୍ୱର ୱାର୍ଡ ବାକଲ ହଟିଂ ମହାରଣା ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ମାଆ ଗାଳି ଦେବାରୁ ଜଣେ ୧୧ ବର୍ଷର ଝିଅ ଆତ୍ମହତ୍ୟା କରିଛି।  ତାଙ୍କ ନାଁ ଭାରତୀ। ସେ  ବଡ଼ବିଲ ସେଣ୍ଟମେରି  ଓଡ଼ିଆ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ। ସୂଚନା ଅନୁସାରେ,ଗତ ୨୭ ତାରିଖ ରାତିରେ ଭାରତୀଙ୍କ ମାଆ ଜ୍ୟୋତ୍ସ୍ନା ଏକ ବାହାଘର ଭୋଜିରେ ଯୋଗ ଦେବାକୁ ବାହାରିଥିଲେ। ଏହି ସମୟରେ ଭାରତୀ ମଧ୍ୟ ତାଙ୍କ […]

suicide copy

suicide copy

Rakesh Mallick
  • Published: Friday, 29 June 2018
  • Updated: 29 June 2018, 02:42 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି):କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳର ୮ ନମ୍ୱର ୱାର୍ଡ ବାକଲ ହଟିଂ ମହାରଣା ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ମାଆ ଗାଳି ଦେବାରୁ ଜଣେ ୧୧ ବର୍ଷର ଝିଅ ଆତ୍ମହତ୍ୟା କରିଛି।  ତାଙ୍କ ନାଁ ଭାରତୀ। ସେ  ବଡ଼ବିଲ ସେଣ୍ଟମେରି  ଓଡ଼ିଆ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ।

ସୂଚନା ଅନୁସାରେ,ଗତ ୨୭ ତାରିଖ ରାତିରେ ଭାରତୀଙ୍କ ମାଆ ଜ୍ୟୋତ୍ସ୍ନା ଏକ ବାହାଘର ଭୋଜିରେ ଯୋଗ ଦେବାକୁ ବାହାରିଥିଲେ। ଏହି ସମୟରେ ଭାରତୀ ମଧ୍ୟ ତାଙ୍କ ସହ  ଯିବାକୁ ଜିଦ୍‌ କରିଥିଲେ। ହେଲେ ମାଆ ତାଙ୍କୁ ଘରେ ଏକା ଛାଡି ଚାଲି ଯାଇଥିଲେ। ସେହି ସମୟରେ ଭାରତୀ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଝିଅର ମୃତ୍ୟୁକୁ ନେଇ ମାନସିକ ଭାରସାମ୍ୟ ହରେଇ ବସିଥିଲେ ମାଆ ଜ୍ୟୋତ୍ସ୍ନା । ସେ ମଧ୍ୟ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ  ମୃତ୍ୟୁର  ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

ମୃତ ମହିଳାଙ୍କ ସ୍ୱାମୀ ଅଛନ୍ତି। ତାଙ୍କ ନାଁ ମନୋଜ ବିରୁଆ। ତେବେ ସେମାନେ ଆଉ ଏକାଠି ରହୁନଥିଲେ। କୌଣସି କାରଣରୁ ସେ କିଛି ଦିନ ହେବ ପରିବାରଠାରୁ ଅଲଗା ରହୁଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos