ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ୍‌ର ବେଲେଶ୍ୱର ନିକଟରେ ସମୁଦ୍ରରୁ ଏକ ଡଲଫିନ୍ ଉଦ୍ଧାର କରାଯାଇଛି। ସମୁଦ୍ର କୂଳକୁ ଡଲଫିନଟି ଭାସି ଆସିଥିବାବେଳେ ସ୍ଥାନୀୟ ଯୁବକମାନେ ଏହାକୁ ଉଦ୍ଧାର କରି ପୁଣିଥରେ ସମୁଦ୍ରରେ ଛାଡି ଦେଇଥିଲେ। ତେବେ ବାରମ୍ବାର ସମୁଦ୍ର ଭିତରକୁ ଛାଡିଥିଲେ ବି ବଡ଼ ବଡ଼ ଲହଡ଼ି ଯୋଗୁଁ ଡଲଫିନଟି ସମୁଦ୍ର ଭିତରକୁ ଯାଇପାରିନଥିଲା।<a href="">(image) </a></p> <p>ଏନେଇ ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡଲଫିନଟି କେଉଁ ପ୍ରଜାତିର ତାହା ଜଣାପଡିନି। ତେବେ ଚିଲିକା ଉପକୂଳରୁ ଡଲଫିନଟି ଜୁଆର ପ୍ରଭାବରେ ଦଳରୁ ବାହାରି ସମୁଦ୍ର କୂଳ ଆଡକୁ ଚାଲି ଆସିଥିବା ଅନୁମାନ କରାଯାଉଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।