କୋଣାର୍କରେ କଳଙ୍କ: ଭିକ୍ଷାବୃତ୍ତି କରୁଥିବା ଅଣ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

କୋଣାର୍କ,( ସଞ୍ଜୟ ପତି): ପର୍ଯ୍ୟଟନସ୍ଥଳୀ କୋଣାର୍କରେ କଳଙ୍କ।  ଭିକ୍ଷାବୃତ୍ତି କରୁଥିବା ଜଣେ ମାନସିକ ଅନଗ୍ରସର ଅଣ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଆଜି ସକାଳେ ସୂର୍ଯ୍ୟ ମନ୍ଦିର ନିକଟ ଜଗନ୍ନାଥ ମନ୍ଦିର ଅଞ୍ଚଳରୁ ସଂପୃକ୍ତ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି । ଏହି ଘଟଣା ପରେ ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଛିଡ଼ା ହୋଇଛି ପ୍ରଶ୍ନବାଚୀ।

ସୂଚନା ଅନୁଯାୟୀ, ମହିଳା ଜଣକ ପ୍ରାୟ ୪ବର୍ଷ ହେଲାଣି ସୂର୍ଯ୍ୟମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରୁଥିଲେ । ତେବେ ଆଜି ସକାଳୁ ମୁହଁରେ ରୁମାଲ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଥିବା ଉଲଗ୍ନ ଶରୀରର ବିଭିନ୍ନ ସ୍ଥାନରେ ରହିଛି ଆକ୍ରମଣର ଚିହ୍ନ।  ପୋଲିସ ସଂପୃକ୍ତ ମହିଳାଙ୍କ ମୃତଦେହର ବ୍ୟବଚ୍ଛେଦ କରାଇବା ସହ ନିଜ ଆଡୁ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି ।

ଗତ କିଛି ମାସ ହେଲା ପ୍ରତ୍ୟେକ ଦିନ ରାଜ୍ୟରେ ବଢ଼ିଚାଲିଛି ଦୁଷ୍କର୍ମ ଏବଂ ହତ୍ୟା ଭଳି ସ୍ପର୍ଶକାତର ଘଟଣା। ସାଲେପୁରରେ ଦୁଷ୍କର୍ମର ଶୀକାର ହୋଇ ଆଖିବୁଜିଛି ନାବାଳିକା । ସେହିପରି ଦେବଗଡ଼ ବାରକୋଟ୍ ଢାବାରେ ଜଣେ ନାବାଳିକାକୁ କରାଯାଇଥିଲା ଯୌନ ଶୋଷଣ। ସେହିପରି  ବାଲେଶ୍ୱର ନୀଳଗିରିରେ ନାବାଳିକାକୁ ଦୁଷ୍କର୍ମ, ସୁନ୍ଦରଗଡ ବଣାଇ ଥାନା କଟାଖଣ୍ଡି ବସ୍ତିରେ ଦିବ୍ୟାଙ୍ଗ ଯୁବତୀଙ୍କ ଇଜ୍ଜତ ଲୁଟ୍ ଆଦି ଅନେକ ଅଭାବନୀ ଘଟଣା ଘଟିଲାଣି।

ଗୃହ ବିଭାଗର ଶ୍ୱେତପତ୍ରର ତଥ୍ୟ କହୁଛି, ରାଜ୍ୟରେ ଦିନକୁ ୬ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି।   ଏହି କ୍ରମରେ ୨୦୧୭ରେ ପଞ୍ଜୀକୃତ ହୋଇଛି ମୋଟ୍ ୨ ହଜାର ୨୨୧ଟି ଧର୍ଷଣ ମାମଲା । ପୂର୍ବବର୍ଷ ତୁଳନାରେ ଧର୍ଷଣ ମାମଲା ବଢୁଥିବା ସରକାର ଶ୍ୱେତପତ୍ରରେ ସ୍ୱୀକାର କରିଛନ୍ତି । ତେବେ କାହିଁକି ରୋକାଯାଇପାରୁନି ଏଭଳି ସଂଗୀନ ଅପରାଧ ? ଆଇନମୁତାବକ ଦୁଷ୍କର୍ମକାରୀଙ୍କ ବିରୋଧରେ ଆଖିଦୃଶିଆ ଦଣ୍ଡବିଧାନ ହେଉନି କି ? ଯୌନ ପିପାସୁଙ୍କ ଲୋଲୁପ ଦୃଷ୍ଟିରେ କେଉଁଠି ନାବାଳିକା ତ କେଉଁଠି ମହିଳା ବଳିପଡୁଥିବାବେଳେ କେବେ ଏଭଳି ଟ୍ରେଣ୍ଡରେ ସୁଧାର ଆସିବ ତାହା ସବୁଠୁ ବଡ଼ ପ୍ରଶ୍ନ।

Ordigital Desk
• Published: Tuesday, 15 May 2018
• Updated: 15 May 2018, 08:56 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos