ଜଳପ୍ରପାତରେ ୫୦ ଫୁଟ୍ ତଳକୁ ଖସି ପଡ଼ିଲେ ଯୁବକ; ଭିଡିଓରେ ଦେଖନ୍ତୁ କେମିତି ଘଟିଲା ଏ ଘଟଣା

<p>କୋରାପୁଟ(ଓଡ଼ିଶା ରିପୋର୍ଟର): ଜଳପ୍ରପାତରେ ଫଟୋ ଉଠାଇବା ହେଲା କାଳ। ଫଟୋ ଉଠାଇବା ବେଳେ ୫୦ଫୁଟ୍&zwnj; ଜଳପ୍ରପାତରୁ ତଳକୁ ଖସି ପଡ଼ି ଜଣେ ଯୁବକ&nbsp; ଗୁରୁତର ଭାବେ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଗାଲିଗବଡ଼ରେ ଥିବା ରତି ବାଲି ଜଳପ୍ରପାତରେ ଏହି ଅଘଟଣ ଘଟିଛି। ଗୁରୁତର ଯୁବକଙ୍କ ନାଁ ହେଲା ସୁବ୍ରତ ନାଗ(୨୪)। ତାଙ୍କ ଘର କଳାହାଣ୍ଡି ଜିଲ୍ଲାରେ।</p> <p>ଗତକାଲି ସୁବ୍ରତ ଏହି ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ସେଠାରେ ସେ&nbsp; ଫଟୋ ଉଠାଇବା ସମୟରେ ଗୋଡ଼ ଖସି ଯାଇଥିଲା। ସୁବ୍ରତ ପ୍ରାୟ ୫୦ଫୁଟ୍ ଉପରୁ ତଳକୁ ଖସି ପଡ଼ିଥିଲେ। ସାଙ୍ଗରେ ଯାଇଥିବା କେତେକ ଯୁବକ ତାଙ୍କୁ ବହୁ କଷ୍ଟରେ ଉଦ୍ଧାର କରି ଉପରକୁ ଆଣିଥିଲେ।&nbsp; ତାଙ୍କୁ ପ୍ରଥମେ ପଟ୍ଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସୁବ୍ରତଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।</p>

Ordigital Desk
  • Published: Thursday, 03 May 2018
  • Updated: 03 May 2018, 11:52 AM IST

Sports

Latest News

<p>କୋରାପୁଟ(ଓଡ଼ିଶା ରିପୋର୍ଟର): ଜଳପ୍ରପାତରେ ଫଟୋ ଉଠାଇବା ହେଲା କାଳ। ଫଟୋ ଉଠାଇବା ବେଳେ ୫୦ଫୁଟ୍&zwnj; ଜଳପ୍ରପାତରୁ ତଳକୁ ଖସି ପଡ଼ି ଜଣେ ଯୁବକ&nbsp; ଗୁରୁତର ଭାବେ ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଗାଲିଗବଡ଼ରେ ଥିବା ରତି ବାଲି ଜଳପ୍ରପାତରେ ଏହି ଅଘଟଣ ଘଟିଛି। ଗୁରୁତର ଯୁବକଙ୍କ ନାଁ ହେଲା ସୁବ୍ରତ ନାଗ(୨୪)। ତାଙ୍କ ଘର କଳାହାଣ୍ଡି ଜିଲ୍ଲାରେ।</p><p>ଗତକାଲି ସୁବ୍ରତ ଏହି ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ସେଠାରେ ସେ&nbsp; ଫଟୋ ଉଠାଇବା ସମୟରେ ଗୋଡ଼ ଖସି ଯାଇଥିଲା। ସୁବ୍ରତ ପ୍ରାୟ ୫୦ଫୁଟ୍ ଉପରୁ ତଳକୁ ଖସି ପଡ଼ିଥିଲେ। ସାଙ୍ଗରେ ଯାଇଥିବା କେତେକ ଯୁବକ ତାଙ୍କୁ ବହୁ କଷ୍ଟରେ ଉଦ୍ଧାର କରି ଉପରକୁ ଆଣିଥିଲେ।&nbsp; ତାଙ୍କୁ ପ୍ରଥମେ ପଟ୍ଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସୁବ୍ରତଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos