ଓଲଟି ପଡ଼ିଲା ପିକ୍‌ନିକ୍ ଗାଡ଼ି

accident

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଡଙ୍ଗରିଗୁଡ଼ା ଛକ ଏନ୍‌ଏଚ୍‌-୨୬ରେ ଏକ ପିକ୍‌ନିକ୍‌ ଗାଡ଼ି ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମସ୍ତ ଗୁରୁତର ଓ ଆହତ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ସୋନପୁର ଜିଲ୍ଲା ଖାଲି ପଞ୍ଚାୟତ ଅନ୍ତର୍ଗତ ବାଗବାହାଲି ଗାଁର ଗୋଟିଏ ପରିବାରର ୧୩ ଜଣ ସଦସ୍ୟ  କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱରକୁ ପିକ୍‌ନିକ୍‌ ପାଇଁ ଯାଇଥିଲେ। ଗତକାଲି ବିଳମ୍ୱିତ ରାତିରେ ଘରକୁ ଫେରିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Previous ArticleNext Article

Send this to a friend