ନିଆଁରେ ପୋଡ଼ି ହୋଇଯାଇଥିବା ୭ ମାସର ଝିଅ ଶେଷରେ ଆଖି ବୁଜିଲା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଆଁରେ ପୋଡ଼ି ହୋଇ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛି ୭ ମାସର କଅଁଳ ଶିଶୁକନ୍ୟା। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ତା&rsquo;ଶରୀରର ୭୦ ଭାଗ ପୋଡ଼ି ଯାଇଥିଲା। ଶିଶୁକନ୍ୟାକୁ ନିଆଁକୁ ଫିଙ୍ଗିଥିବା ନିର୍ଦ୍ଦୟୀ ମାଆ ବିରୋଧରେ ପୋଲିସ ହତ୍ୟା ଭଳି ୩୦୨ ଦଫା ଲଗାଇଛି। ପୋଲିସ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।</p> <p>ପାରିବାରିକ କଳହକୁ ନେଇ ଗତକାଲି ଭୁବନେଶ୍ୱର ସାଲିଆ ସାହିରେ ଘଟିଥିଲା ଏହି ଅଭାବନୀୟ ଘଟଣା। ଘରେ କେହି ନ ଥିବା ସୁଯୋଗ ନେଇ ଡିବିରୁ କିରାସିନି ଢାଳି କପଡାରେ ନିଆଁ ଲଗାଇଥିଲା ନିର୍ଦ୍ଦୟୀ ମାଆ। ଆଉ ଜଳନ୍ତା ନିଆଁରେ ଝିଅକୁ ଫିଙ୍ଗି ଦେଇଥିଲା। ଶିଶୁର କରୁଣ କାନ୍ଦ ଶୁଣି ପଡୋଶୀ ଆସି ନିଆଁ ମୁହଁରୁ ତାକୁ ଉଦ୍ଧାର କରିଥିଲେ। ଶିଶୁଟିକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ସମ୍ପୃକ୍ତ ମହିଳାଙ୍କର ମାନସିକ ବିକୃତି ଥିବା ମଧ୍ୟ ସନ୍ଦେହ କରାଯାଉଛି।</p>

Ordigital Desk
  • Published: Friday, 27 April 2018
  • Updated: 27 April 2018, 10:10 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଆଁରେ ପୋଡ଼ି ହୋଇ ଜୀବନ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛି ୭ ମାସର କଅଁଳ ଶିଶୁକନ୍ୟା। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ତା&rsquo;ଶରୀରର ୭୦ ଭାଗ ପୋଡ଼ି ଯାଇଥିଲା। ଶିଶୁକନ୍ୟାକୁ ନିଆଁକୁ ଫିଙ୍ଗିଥିବା ନିର୍ଦ୍ଦୟୀ ମାଆ ବିରୋଧରେ ପୋଲିସ ହତ୍ୟା ଭଳି ୩୦୨ ଦଫା ଲଗାଇଛି। ପୋଲିସ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।</p><p>ପାରିବାରିକ କଳହକୁ ନେଇ ଗତକାଲି ଭୁବନେଶ୍ୱର ସାଲିଆ ସାହିରେ ଘଟିଥିଲା ଏହି ଅଭାବନୀୟ ଘଟଣା। ଘରେ କେହି ନ ଥିବା ସୁଯୋଗ ନେଇ ଡିବିରୁ କିରାସିନି ଢାଳି କପଡାରେ ନିଆଁ ଲଗାଇଥିଲା ନିର୍ଦ୍ଦୟୀ ମାଆ। ଆଉ ଜଳନ୍ତା ନିଆଁରେ ଝିଅକୁ ଫିଙ୍ଗି ଦେଇଥିଲା। ଶିଶୁର କରୁଣ କାନ୍ଦ ଶୁଣି ପଡୋଶୀ ଆସି ନିଆଁ ମୁହଁରୁ ତାକୁ ଉଦ୍ଧାର କରିଥିଲେ। ଶିଶୁଟିକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ସମ୍ପୃକ୍ତ ମହିଳାଙ୍କର ମାନସିକ ବିକୃତି ଥିବା ମଧ୍ୟ ସନ୍ଦେହ କରାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos