ଅଚ୍ୟୁତ ସାମନ୍ତଙ୍କ ନାଁରେ ମାମଲା, ତ୍ୱରିତ ବିଚାର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଦାଏର ମାମଲାର ତ୍ୱରିତ ବିଚାର ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସୁବାସ ମହାପାତ୍ରଙ୍କ ପିଟିସନ ଉପରେ ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ଏଭଳି ମାମଲାର ବିଚାର ତାଙ୍କ କ୍ଷମତା ପରିସରଭୁକ୍ତ ନୁହେଁ । ଅଚ୍ୟୁତଙ୍କ ନାମାଙ୍କନ ରଦ୍ଦ ନ ହେବାରୁ କୋର୍ଟ ଯାଇଥିଲେ RTI କର୍ମୀ ସୁବାସ ମହାପାତ୍ର । ମିଥ୍ୟା ସତ୍ୟପାଠ ଅଭିଯୋଗ କରି ନାମାଙ୍କନ […]

khi

khi

Rakesh Mallick
  • Published: Saturday, 05 May 2018
  • Updated: 05 May 2018, 09:33 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନକୁ ଚାଲେଞ୍ଜ କରି ଦାଏର ମାମଲାର ତ୍ୱରିତ ବିଚାର ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସୁବାସ ମହାପାତ୍ରଙ୍କ ପିଟିସନ ଉପରେ ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ଏଭଳି ମାମଲାର ବିଚାର ତାଙ୍କ କ୍ଷମତା ପରିସରଭୁକ୍ତ ନୁହେଁ ।

ଅଚ୍ୟୁତଙ୍କ ନାମାଙ୍କନ ରଦ୍ଦ ନ ହେବାରୁ କୋର୍ଟ ଯାଇଥିଲେ RTI କର୍ମୀ ସୁବାସ ମହାପାତ୍ର । ମିଥ୍ୟା ସତ୍ୟପାଠ ଅଭିଯୋଗ କରି ନାମାଙ୍କନ ରଦ୍ଦ ଆବେଦନ କରିଥିଲେ ସୁବାସ । ମାମଲାରେ ଭାରତୀୟ ନିର୍ବାଚନ କମିଶନ, ରାଜ୍ୟ ନିର୍ବାଚନ ଅଧିକାରୀ ଏବଂ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କୁ ପକ୍ଷଭୁକ୍ତ କରିଥିଲେ ସେ।

ପ୍ରକାଶ ଥାଉକି, ରାଜ୍ୟସଭା ନିର୍ବାଚନରେ ସୁବାସ ମହାପାତ୍ରଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos