ଚେକ୍‌ ବାଉନ୍ସ ମାମଲା: ପୁପିନ୍ଦରଙ୍କ ପତ୍ନୀଙ୍କୁ ସର୍ତ୍ତମୂଳକ ଜାମିନ୍‌

pupindar

ଭୁବନେଶ୍ୱର: ଚେକ୍‌ ବାଉନ୍ସ ମାମଲାରେ ଅଭିନେତା ପୁପିନ୍ଦର ଓ ତାଙ୍କ ପତ୍ନୀ ରୁପିନ୍ଦରଙ୍କ ନାଁରେ ଜେଏମ୍‌ଏଫ୍‌ସି କୋର୍ଟ ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। ମାତ୍ର ଉଭୟ ସ୍ୱାମୀ ଓ ସ୍ତ୍ରୀ କୋର୍ଟରେ ହୋଇଥିଲେ। ଗତ ୨୯ ତାରିଖରେ ବାଲିଅନ୍ତା ପୋଲିସ ପୁପିନ୍ଦରଙ୍କୁ ଗିରଫ କରିଥିଲା। ପରେ ଜେଏମ୍‌ଏଫ୍‌ସି କୋର୍ଟରେ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ। ମାତ୍ର ପୁପିନ୍ଦରଙ୍କ ପତ୍ନୀ ରୁପିନ୍ଦର ଫେରାର ଥିଲେ। ଆଜି ରୁପିନ୍ଦର କୋର୍ଟରେ ହାଜର ହେବା ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ୍‌ରେ ଯାଇଛନ୍ତି।

ଫିଲ୍ମ ପାଇଁ ଜଣେ ଖଣି ବ୍ୟବସାୟୀଙ୍କଠୁ ଅର୍ଥ ଠକେଇ ଅଭିଯୋଗରେ ତାଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୁହାଯାଇଥିଲା। ହେଲେ ସେ ହାଜର ହୋଇ ନ ଥିଲେ। ତେଣୁ ପୁପିନ୍ଦର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଭୁବନେଶ୍ୱର ଜେଏମ୍ଏଫସି କୋର୍ଟଙ୍କ ପକ୍ଷରୁ ଏହି ଏନ୍‌ବିଡବ୍ଲ୍ୟୁ ଜାରି କରାଯାଇଥିଲା।

Previous ArticleNext Article

Send this to a friend