ବ୍ଲକ, ଏନଏସି ଓ ମ୍ୟୁନିସିପାଲିଟିରେ ଛାତ୍ରଛାତ୍ରୀ ଆଧାରକାର୍ଡ ପଞ୍ଜିକରଣ କରିପାରିବେ

ଭୁବନେଶ୍ୱର: ଜେଇଇ ମେନ୍‌ ଆବେଦନକାରୀଙ୍କୁ ଆଧାରକାର୍ଡ ଦେବା ନେଇ ରାଜ୍ୟ ସରକାର ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ବ୍ଲକ ଅଫିସ, ଏନଏସି ଓ ମ୍ୟୁନିସିପାଲିଟି ଗୁଡ଼ିକରେ ଆଧାରକାର୍ଡ ପାଇଁ ଛାତ୍ରଛାତ୍ରୀ ପଞ୍ଜିକରଣ କରିପାରିବେ। ଏ ନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା ବୈଷୟିକ ଶିକ୍ଷାମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ସେ କହିଛନ୍ତି,“କେନ୍ଦ୍ର ସରକାରଙ୍କ ଦ୍ୱାରା ୨୪୦ଟି କେନ୍ଦ୍ର କରାଯିବା ସହ ସିବିଏସ୍‌ଇ ଦ୍ୱାରା ଘୋଷିତ ସମସ୍ତ ପରୀକ୍ଷା କେନ୍ଦ୍ରରେ ଆଧାରକାର୍ଡ ପଞ୍ଜୀକରଣ ନେଇ ବ୍ୟବସ୍ଥା ହୋଇଛି। […]

sanjaya dasbarma

sanjaya dasbarma

Rakesh Mallick
  • Published: Wednesday, 07 December 2016
  • Updated: 07 December 2016, 07:50 PM IST

Sports

Latest News

ଭୁବନେଶ୍ୱର: ଜେଇଇ ମେନ୍‌ ଆବେଦନକାରୀଙ୍କୁ ଆଧାରକାର୍ଡ ଦେବା ନେଇ ରାଜ୍ୟ ସରକାର ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ବ୍ଲକ ଅଫିସ, ଏନଏସି ଓ ମ୍ୟୁନିସିପାଲିଟି ଗୁଡ଼ିକରେ ଆଧାରକାର୍ଡ ପାଇଁ ଛାତ୍ରଛାତ୍ରୀ ପଞ୍ଜିକରଣ କରିପାରିବେ। ଏ ନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା ବୈଷୟିକ ଶିକ୍ଷାମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି।

ସେ କହିଛନ୍ତି,“କେନ୍ଦ୍ର ସରକାରଙ୍କ ଦ୍ୱାରା ୨୪୦ଟି କେନ୍ଦ୍ର କରାଯିବା ସହ ସିବିଏସ୍‌ଇ ଦ୍ୱାରା ଘୋଷିତ ସମସ୍ତ ପରୀକ୍ଷା କେନ୍ଦ୍ରରେ ଆଧାରକାର୍ଡ ପଞ୍ଜୀକରଣ ନେଇ ବ୍ୟବସ୍ଥା ହୋଇଛି। ଆଧାରକାର୍ଡ ପଞ୍ଜିକରଣ ପରେ ମିଳୁଥିବା ଏନରୋଲମେଣ୍ଟ ନମ୍ବର ଜରିଆରେ ମଧ୍ୟ ଜେଇଇ ମେନ୍‌ ପାଇଁ ଆବେଦନ କରି ହେବ।”

ସେ ଆହୁରି କହିଛନ୍ତି,“ଜେଇଇ ମେନ୍‌ ଆବେଦନ ବେଳେ ଚଳିତବର୍ଷ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ଏନେଇ ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ଆଧାରକାର୍ଡ ନ ଥିବାରୁ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଏହା ପ୍ରଦାନ ସହ ଏନରୋଲମେଣ୍ଟ ନମ୍ବର ପ୍ରଦାନ ନେଇ ବ୍ୟବସ୍ଥା କରାଯିବ।”

ମନ୍ତ୍ରୀ କହିଛନ୍ତି,“ଜେଇଇ ମେନ୍‌ ପରୀକ୍ଷାର ରାଙ୍କ ଅନୁସାରେ ଛାତ୍ରଛାତ୍ରୀ ଦେଶର ସମସ୍ତ ସରକାରୀ ଓ ବେସକାରୀ ଇଞ୍ଜିନିୟରିଂ କଲେଜ, ଏନଆଇଟି, ଟ୍ରିପଲ ଆଇଟି ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଆଡମିଶନ କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos