ଇମ୍ଫା ପରେ ଅରଟେଲ୍‌କୁ ଟାର୍ଗେଟ୍‌

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଇମ୍ଫା ପରେ ଅରଟେଲ୍‌ ଉପରେ ସରକାରଙ୍କ ନାଲି ଆଖି। ହାଇକୋର୍ଟଙ୍କ ରହିତାଦେଶକୁ ବି ଖାତିର୍ ନାହିଁ ପ୍ରଶାସନର। ବିଭିନ୍ନ ଆଳ ଦେଖାଇ ବ୍ରହ୍ମପୁର ସ୍ଥିତ ଅରଟେଲ୍ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅଗ୍ନିଶମ ନିରାପତ୍ତା ଆଇନ ଏବଂ ଟ୍ରେଡ ଲାଇସେନ୍ସ ଉଲଂଘନ ଆଦି ବିଭିନ୍ନ ଅଭିଯୋଗ ଦର୍ଶାଇ ଉପଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଷ୍ଟାଡ଼ିୟମ […]

lal

lal

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 07:40 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଇମ୍ଫା ପରେ ଅରଟେଲ୍‌ ଉପରେ ସରକାରଙ୍କ ନାଲି ଆଖି। ହାଇକୋର୍ଟଙ୍କ ରହିତାଦେଶକୁ ବି ଖାତିର୍ ନାହିଁ ପ୍ରଶାସନର। ବିଭିନ୍ନ ଆଳ ଦେଖାଇ ବ୍ରହ୍ମପୁର ସ୍ଥିତ ଅରଟେଲ୍ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅଗ୍ନିଶମ ନିରାପତ୍ତା ଆଇନ ଏବଂ ଟ୍ରେଡ ଲାଇସେନ୍ସ ଉଲଂଘନ ଆଦି ବିଭିନ୍ନ ଅଭିଯୋଗ ଦର୍ଶାଇ ଉପଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଷ୍ଟାଡ଼ିୟମ ନିକଟ ଏବଂ ଗାନ୍ଧୀନଗର ସ୍ଥିତ ଅରଟେଲ୍ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ।  ପରେ ଗତକାଲି ତାଲା ପକାଇ ଦେଇଥିଲେ। ତେବେ ସିଲ୍ ନେଇ ହାଇକୋର୍ଟଙ୍କ ରହିତାଦେଶର ଏକ ନକଲ ଆଜି ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ନିକଟରେ ଅରଟେଲ୍ କର୍ତ୍ତୃପକ୍ଷ ଦାଖଲ କରିଥିଲେ ହେଁ, ସିଲ୍ ଖୋଲାଯାଉନାହିଁ। ଫଳରେ ଅରଟେଲ୍ ଏବଂ ଏହାର ଗ୍ରାହକମାନଙ୍କୁ ଅଯଥା ହଇରାଣ ହେବାକୁ ପଡୁଥିବା ଅଭିଯୋଗ ହୋଇଛି। ଏପରିକି ଅରଟେଲ୍‌ର ଷ୍ଟାଡ଼ିୟମ ନିକଟ କାର୍ଯ୍ୟାଳୟରେ ମଧ୍ୟ କେହି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ତେବେ ମହାନଗର କମିଶନର କହିଛନ୍ତି ରହିତାଦେଶର ଅରିଜିନାଲ୍ କପି ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos