ରାଜଧାନୀରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ବିଶାଳ ସମାବେଶ

Anganwadi-Worker's-Protest

ଭୁବନେଶ୍ୱର: ରାଜଧାନୀରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ବିଶାଳ ସମାବେଶ ହୋଇଯାଇଛି। ଭତ୍ତା ବୃଦ୍ଧି, କର୍ମଚାରୀ ମାନ୍ୟତା ଓ ଅନ୍ୟାନ୍ୟ ଦାବି ନେଇ ଅଙ୍ଗନଓ୍ୱାଡ଼ି କର୍ମୀ ଓ ସହାୟିକାମାନେ ବିଧାନସଭା ଆଗରେ ଆନ୍ଦୋଳନ କରିଥିଲେ। ଏହି ବିକ୍ଷୋଭରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅଙ୍ଗନଓ୍ୱାଡ଼ି କର୍ମୀ ଓ ସହାୟିକାମାନେ ସାମିଲ ହୋଇଥିଲେ।

ଆଜି ସକାଳେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଏକ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଆଡକୁ ମାଡ଼ି ଆସୁଥିଲେ। ପରେ ଲୋୟର ପିଏମଜି ସ୍ଥିତ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Previous ArticleNext Article

Send this to a friend