ଶିକ୍ଷକଙ୍କ ଦାବି ମାନିଲେ, କିନ୍ତୁ ଅବସର ବୟସ ବଢ଼ାଇବାକୁ ଅମଙ୍ଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛୁଟି ଦିନ ସତ୍ତ୍ୱେ ଆଜି ଖୋଲିଥିଲା ସଚିବାଳୟ। ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ଦୁଇ ବିଭାର ସଚିବ। ସଂଘର ୭ଟି ଦଫାରୁ ୬ଟି ପୂରଣ ପାଇଁ ରାଜ୍ୟ ସରକାର ରାଜି ହୋଇଛନ୍ତି। ତେବେ କାର୍ଯ୍ୟରତ ଶିକ୍ଷକଙ୍କ ଅବସର ବୟସ ୬୦ରୁ ୬୨କୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ରାଜି ହେଉନାହାନ୍ତି। ରାଜ୍ୟ ସରକାରଙ୍କ ଅନୁରୋଧ ଓ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ଶିକ୍ଷକ ସଂଘ ସଭାପତି ପବିତ୍ର ମହଲା।

ସେ କହିଛନ୍ତି-“ରାଜ୍ୟ ସରକାର ରଖିଥିବା ସତ୍ୟପାଠ ଦାଖଲକୁ ଉଚ୍ଛେଦ କରାଯିବ। ଏହାଛଡ଼ା ୬୦, ୪୦ ଓ ୭୫ ବର୍ଗ ଅଧ୍ୟାପକଙ୍କୁ ପୂର୍ଣ୍ଣଅନୁଦାନ ଦିଆଯିବ, ବକେୟା ଦରମା ପ୍ରଦାନ କରାଯିବ, ସପ୍ତମ ବେତନ କମିଶନ ଲାଗୁ କରିବା ପ୍ରମୁଖ ଦାବି ପୂରଣ ପାଇଁ ରାଜ୍ୟ ସରକାର ରାଜି ହୋଇଛନ୍ତି।”

ସେ ଆହୁରି କହିଲେ-“ଏବେ ବିଜେପୁର ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗିଛି। ତେଣୁ ବିଜ୍ଞପ୍ତି ପ୍ରକାଶ ପାଇପାରୁ ନାହିଁ। ରାଜ୍ୟ ସରକାରଙ୍କଠାରୁ ମୌଖିକ ପ୍ରତିଶ୍ରୁତି ପାଇ ଆମେ ଆନ୍ଦୋଳନକୁ ସ୍ଥଗିତ ରଖିଛୁ। ଏଥିପାଇଁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ୯ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୨୦ ତାରିଖଠାରୁ ଖାତା ମୂଲ୍ୟାୟନ ବର୍ଜନ କରିବୁ।”

Ordigital Desk
• Published: Sunday, 18 February 2018
• Updated: 18 February 2018, 04:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛୁଟି ଦିନ ସତ୍ତ୍ୱେ ଆଜି ଖୋଲିଥିଲା ସଚିବାଳୟ। ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ଦୁଇ ବିଭାର ସଚିବ। ସଂଘର ୭ଟି ଦଫାରୁ ୬ଟି ପୂରଣ ପାଇଁ ରାଜ୍ୟ ସରକାର ରାଜି ହୋଇଛନ୍ତି। ତେବେ କାର୍ଯ୍ୟରତ ଶିକ୍ଷକଙ୍କ ଅବସର ବୟସ ୬୦ରୁ ୬୨କୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ରାଜି ହେଉନାହାନ୍ତି। ରାଜ୍ୟ ସରକାରଙ୍କ ଅନୁରୋଧ ଓ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ଶିକ୍ଷକ ସଂଘ ସଭାପତି ପବିତ୍ର ମହଲା।

ସେ କହିଛନ୍ତି-“ରାଜ୍ୟ ସରକାର ରଖିଥିବା ସତ୍ୟପାଠ ଦାଖଲକୁ ଉଚ୍ଛେଦ କରାଯିବ। ଏହାଛଡ଼ା ୬୦, ୪୦ ଓ ୭୫ ବର୍ଗ ଅଧ୍ୟାପକଙ୍କୁ ପୂର୍ଣ୍ଣଅନୁଦାନ ଦିଆଯିବ, ବକେୟା ଦରମା ପ୍ରଦାନ କରାଯିବ, ସପ୍ତମ ବେତନ କମିଶନ ଲାଗୁ କରିବା ପ୍ରମୁଖ ଦାବି ପୂରଣ ପାଇଁ ରାଜ୍ୟ ସରକାର ରାଜି ହୋଇଛନ୍ତି।”

ସେ ଆହୁରି କହିଲେ-“ଏବେ ବିଜେପୁର ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗିଛି। ତେଣୁ ବିଜ୍ଞପ୍ତି ପ୍ରକାଶ ପାଇପାରୁ ନାହିଁ। ରାଜ୍ୟ ସରକାରଙ୍କଠାରୁ ମୌଖିକ ପ୍ରତିଶ୍ରୁତି ପାଇ ଆମେ ଆନ୍ଦୋଳନକୁ ସ୍ଥଗିତ ରଖିଛୁ। ଏଥିପାଇଁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ୯ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୨୦ ତାରିଖଠାରୁ ଖାତା ମୂଲ୍ୟାୟନ ବର୍ଜନ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos