ବାପି ଓ ଟୁନାଙ୍କ ଗାଡ଼ି ସିଜ୍‌ କଲେ ଯାଇ କନଷ୍ଟେବଳଙ୍କୁ ଛାଡିବୁ

ଜଳେଶ୍ୱର(ଅଜିତ ଦାସ): “ବାପି-ଟୁନାଙ୍କ ପାଇଁ ଏ ଅଞ୍ଚଳରେ ଅରାଜକତା ବ୍ୟାପିଛି। ଲୋକେ ମଦ ପିଇ ମାତାଲ ହେଉଛନ୍ତି। ଘରେ ବୋହୂ ଭୂଆଷୁଣି ସୁରକ୍ଷିତ ନୁହଁନ୍ତି। ହେଲେ ପୋଲିସ ଆଉ ଅବକାରୀବାଲା ଏବେ ମଦ ବେପାରୀଙ୍କ ହାତରେ । ସେମାନେ ଯାହା କହୁଛନ୍ତି ଏମାନେ ସେଇଆ କରୁଛନ୍ତି।” ଏମିତି କିଛି କଥା କହିଛନ୍ତି ମଦ ବିରୋଧୀ ଆନ୍ଦୋଳନରେ ସାମିଲ ମା ଘର ସଙ୍ଗଠନର କର୍ମୀମାନେ। ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ବାହାର୍ଦ୍ଦା ମୁସଲିମ୍‌ ବସ୍ତିରେ ମଦ ଗାଡ଼ି ଜବତ ନ […]

5

5

Rakesh Mallick
  • Published: Monday, 07 May 2018
  • Updated: 07 May 2018, 08:47 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): “ବାପି-ଟୁନାଙ୍କ ପାଇଁ ଏ ଅଞ୍ଚଳରେ ଅରାଜକତା ବ୍ୟାପିଛି। ଲୋକେ ମଦ ପିଇ ମାତାଲ ହେଉଛନ୍ତି। ଘରେ ବୋହୂ ଭୂଆଷୁଣି ସୁରକ୍ଷିତ ନୁହଁନ୍ତି। ହେଲେ ପୋଲିସ ଆଉ ଅବକାରୀବାଲା ଏବେ ମଦ ବେପାରୀଙ୍କ ହାତରେ । ସେମାନେ ଯାହା କହୁଛନ୍ତି ଏମାନେ ସେଇଆ କରୁଛନ୍ତି।”

ଏମିତି କିଛି କଥା କହିଛନ୍ତି ମଦ ବିରୋଧୀ ଆନ୍ଦୋଳନରେ ସାମିଲ ମା ଘର ସଙ୍ଗଠନର କର୍ମୀମାନେ। ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ବାହାର୍ଦ୍ଦା ମୁସଲିମ୍‌ ବସ୍ତିରେ ମଦ ଗାଡ଼ି ଜବତ ନ ହେବାକୁ ନେଇ ଆଜି ପୂର୍ବହ୍ନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ମା ଘର କର୍ମୀ ମଦ ଗାଡ଼ି ଅଟକ ରଖି ପୋଲିସ ଆଉ ଅବକାରୀ ବିଭାଗକୁ ଖବର ଦେଇଥିଲେ। ଅବକାରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ମଦ ମାଫିଆଙ୍କ ଧମକ ଚମକରେ ଡରି ଗାଡ଼ି ସିଜ୍‌ କରି ନ ଥିଲେ। ଏମିତିକି ଉକ୍ତ ଅସାମାଜିକ ବ୍ୟକ୍ତିମାନେ ଗାଡ଼ି ବାବଦରେ ଖବର ଦେଇଥିବା ମହିଳାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଘଟଣସ୍ଥଳରେ ଉପସ୍ଥିତ ଥିବା ଅବକାରୀ କନେଷ୍ଟବଳ ମଧ୍ୟ ସବୁ ଦେଖି କିଛି କରି ନ ଥିଲେ।

ଏହି ସମୟରେ ମଦ ମାଫିଆମାନେ ମଦ ବୋଝେଇ ଗାଡି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଫଳରେ ଉତ୍ୟକ୍ତ ଲୋକଙ୍କ ହାବୁଡରେ ପଡିଥିଲେ ୨ କନଷ୍ଟେବଳ। ସେମାନଙ୍କୁ ଉତ୍ତମ ମଧ୍ୟମ ଦେଇ ସ୍ଥାନୀୟ ଲୋକେ ଧାରଣାରେ ବସିଥିଲେ। ଉତ୍ତେଜନା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଲୋକେ ନିଜ ଜିଦ୍‌ରେ ଅଡ଼ି ବସିଥିଲେ। ଗାଡ଼ି ଜବତ କର ନ ହେଲେ ଅଟକ କନଷ୍ଟେବଳଙ୍କୁ ଛଡାଯିବ ନାହିଁ ବୋଲି କହିଥିଲେ। ଶେଷ ଖବର ସୁଦ୍ଧା ଜଣେ କନଷ୍ଟେବଳ ଅଟକ ରହିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ବିଗିଡିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos