ଏମ୍ସରେ ନାମଲେଖା ପାଇଁ ଚାଲିଛି ପ୍ରବେଶିକା ପରୀକ୍ଷା

aimms

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେଉଛି ଏମ୍ସ ଲାଗି ପ୍ରବେଶିକା ପରୀକ୍ଷା। ଓଡ଼ିଶା ସମେତ ଦେଶର ସାତଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଲାଗି ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ଦୁଇଟି ସିଟିଂରେ ହେଉଥିବା ଏହି ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସକାଳ୯ଟାରୁ ଆରମ୍ଭ ହୋଇଛି। ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୩ଟାରୁ ଆରମ୍ଭ ହେବ। ଏହି ପରୀକ୍ଷା ଲାଗି  ଓଡ଼ିଶାରେ ୬ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ସମ୍ୱଲପୁର ଓ ରାଉରକେଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଦିଲ୍ଲୀ ଏମ୍ସ ପକ୍ଷରୁ ଏହି ପରୀକ୍ଷା ପରିଚାଳିତ ହେଉଛି। ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ଏମ୍ସରେ ମୋଟ  ୬୭୨ଟି ସିଟ୍‌ ଥିବା ବେଳେ ସାରା ଦେଶରେ ପ୍ରାୟ ସାଢେ ତିନି ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ଆସନ୍ତା ୧୪ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ।

Previous ArticleNext Article

Send this to a friend