ଭୁବନେଶ୍ୱରରୁ ରାୟପୁର ମାତ୍ର ଦେଢ଼ ଘଣ୍ଟା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିମାନଯାତ୍ରା କ୍ଷେତ୍ରରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆଉ ଏକ ସଫଳତା ମିଳିଛି। ବିମାନ ଉଡ଼ାଣକାରୀ ସଂସ୍ଥା &lsquo;ଏୟାର ଓଡ଼ିଶା&rsquo; ପକ୍ଷରୁ ଭୁବନେଶ୍ୱରରୁ ରାୟପୁରକୁ ବିମାନସେବା ଆରମ୍ଭ ହେବାକୁ ଯାଇଛି। ଏବେ ମାତ୍ର ଦେଢ଼ ଘଣ୍ଟାରେ ଜଣେ ବିମାନ ଯାତ୍ରୀ ଭୁବନେଶ୍ୱରରୁ ରାୟପୁରରେ ପହଞ୍ଚିପାରିବେ। ଏ ନେଇ &lsquo;ଡାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍&rsquo; ବା DGCA ପକ୍ଷରୁ ଅନୁମତି ମିଳିଛି।</p> <p>ଆସନ୍ତା ବୁଧବାର ବିଧିବଦ୍ଧ ଭାବେ ଏହାର ଉଦ୍&zwnj;ଘାଟନ ଭୁବନେଶ୍ୱର ବିମାନବନ୍ଦରରେ ହେବ। ଏହି ବିମାନ ପ୍ରତ୍ୟେକ ଦିନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରି ସକାଳ ୭ଟା ୪୦ରେ ରାୟପୁରରେ ପହଞ୍ଚିବ। ସେଠାରୁ ମଧ୍ୟାହ୍ନ ୧୨ଟା ୧୫ରୁ ବାହାରି ଅପରାହ୍ନ ଗୋଟାଏ ୪୦ରେ ଭୁବନେଶ୍ୱରରେ ପହଞ୍ଚିବ। ୨୦ ସିଟ୍ ବିଶିଷ୍ଟ ଏହି ବିମାନରେ ଯାତ୍ରୀଙ୍କ ସହ ଦୁଇଜଣ ପାଇଲଟ୍ ଓ ଜଣେ କ୍ୟାବିନ୍ କ୍ରୁ ମେମ୍ୱର ରହିବେ। ଭୁବନେଶ୍ୱରରୁ ରାୟପୁର ବିମାନ ରିଜିଓନାଲ୍ କନେକ୍ଟିଭିଟି ସ୍କିମ୍, ଆରସିଏସ୍&zwnj;ରେ ସ୍ଥାନୀତ ହୋଇ ନ ଥିବାରୁ ଜଣେ ଯାତ୍ରୀ ପିଛା ଟିକେଟ୍ ମୂଲ୍ୟ ୪୫୦୦ ଟଙ୍କା ରହିଛି। ଏହାଦ୍ୱାରା ଭୁବନେଶ୍ୱର ବିମାନବନ୍ଦରର ମାନ୍ୟତା ଆଉ ଟିକିଏ ବଢ଼ିବ ବୋଲି ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି। ଆସନ୍ତା ଏକମାସ ମଧ୍ୟରେ ଝାରସୁଗୁଡ଼ା ଓ ରାଉରକେଲା ବିମାନବନ୍ଦର ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ଆଶା ବାନ୍ଧିଛନ୍ତି କର୍ତ୍ତୃପକ୍ଷ।</p>

Ordigital Desk
  • Published: Monday, 18 June 2018
  • Updated: 18 June 2018, 01:55 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିମାନଯାତ୍ରା କ୍ଷେତ୍ରରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆଉ ଏକ ସଫଳତା ମିଳିଛି। ବିମାନ ଉଡ଼ାଣକାରୀ ସଂସ୍ଥା &lsquo;ଏୟାର ଓଡ଼ିଶା&rsquo; ପକ୍ଷରୁ ଭୁବନେଶ୍ୱରରୁ ରାୟପୁରକୁ ବିମାନସେବା ଆରମ୍ଭ ହେବାକୁ ଯାଇଛି। ଏବେ ମାତ୍ର ଦେଢ଼ ଘଣ୍ଟାରେ ଜଣେ ବିମାନ ଯାତ୍ରୀ ଭୁବନେଶ୍ୱରରୁ ରାୟପୁରରେ ପହଞ୍ଚିପାରିବେ। ଏ ନେଇ &lsquo;ଡାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍&rsquo; ବା DGCA ପକ୍ଷରୁ ଅନୁମତି ମିଳିଛି।</p><p>ଆସନ୍ତା ବୁଧବାର ବିଧିବଦ୍ଧ ଭାବେ ଏହାର ଉଦ୍&zwnj;ଘାଟନ ଭୁବନେଶ୍ୱର ବିମାନବନ୍ଦରରେ ହେବ। ଏହି ବିମାନ ପ୍ରତ୍ୟେକ ଦିନ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରି ସକାଳ ୭ଟା ୪୦ରେ ରାୟପୁରରେ ପହଞ୍ଚିବ। ସେଠାରୁ ମଧ୍ୟାହ୍ନ ୧୨ଟା ୧୫ରୁ ବାହାରି ଅପରାହ୍ନ ଗୋଟାଏ ୪୦ରେ ଭୁବନେଶ୍ୱରରେ ପହଞ୍ଚିବ। ୨୦ ସିଟ୍ ବିଶିଷ୍ଟ ଏହି ବିମାନରେ ଯାତ୍ରୀଙ୍କ ସହ ଦୁଇଜଣ ପାଇଲଟ୍ ଓ ଜଣେ କ୍ୟାବିନ୍ କ୍ରୁ ମେମ୍ୱର ରହିବେ। ଭୁବନେଶ୍ୱରରୁ ରାୟପୁର ବିମାନ ରିଜିଓନାଲ୍ କନେକ୍ଟିଭିଟି ସ୍କିମ୍, ଆରସିଏସ୍&zwnj;ରେ ସ୍ଥାନୀତ ହୋଇ ନ ଥିବାରୁ ଜଣେ ଯାତ୍ରୀ ପିଛା ଟିକେଟ୍ ମୂଲ୍ୟ ୪୫୦୦ ଟଙ୍କା ରହିଛି। ଏହାଦ୍ୱାରା ଭୁବନେଶ୍ୱର ବିମାନବନ୍ଦରର ମାନ୍ୟତା ଆଉ ଟିକିଏ ବଢ଼ିବ ବୋଲି ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି। ଆସନ୍ତା ଏକମାସ ମଧ୍ୟରେ ଝାରସୁଗୁଡ଼ା ଓ ରାଉରକେଲା ବିମାନବନ୍ଦର ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ଆଶା ବାନ୍ଧିଛନ୍ତି କର୍ତ୍ତୃପକ୍ଷ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos