ଆଜି ରଥଯାତ୍ରା

ପୁରୀ: ଆଜି ହେଉଛି ରଥଯାତ୍ରା। ପୁଣି ଏହି ଶତାବ୍ଦୀର ପ୍ରଥମ ନବକଳେବର ରଥଯାତ୍ରା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ରଥ ପ୍ରସ୍ତୁତ ହୋଇଛନ୍ତି। ପଥ ବି ପ୍ରସ୍ତୁତ ହୋଇଅଛନ୍ତି। ନବବିଗ୍ରହଙ୍କ ନବଯୌବନ ଦର୍ଶନ କରିପାରିନଥିବା ଶ୍ରଦ୍ଧାଳୁ ଆଜି ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରି ରହିଛନ୍ତି। ଗତକାଲି ସୁରୁଖୁରୁରେ ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ ସଂପନ୍ନ ହୋଇଛି। ତିନି ରଥ ବି ଦକ୍ଷିଣ ମୋଡ଼ ନେଇ ସିଂହ ଦ୍ୱାରରେ ଶ୍ରୀବିଗ୍ରହମାନଙ୍କୁ ଅପେକ୍ଷା କରି ରହିଛନ୍ତି। ଆଜି ସକାଳ ୬ଟାରୁ […]

rath

rath

Rakesh Mallick
  • Published: Saturday, 18 July 2015
  • Updated: 18 July 2015, 01:36 AM IST

Sports

Latest News

ପୁରୀ: ଆଜି ହେଉଛି ରଥଯାତ୍ରା। ପୁଣି ଏହି ଶତାବ୍ଦୀର ପ୍ରଥମ ନବକଳେବର ରଥଯାତ୍ରା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ରଥ ପ୍ରସ୍ତୁତ ହୋଇଛନ୍ତି। ପଥ ବି ପ୍ରସ୍ତୁତ ହୋଇଅଛନ୍ତି। ନବବିଗ୍ରହଙ୍କ ନବଯୌବନ ଦର୍ଶନ କରିପାରିନଥିବା ଶ୍ରଦ୍ଧାଳୁ ଆଜି ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରି ରହିଛନ୍ତି। ଗତକାଲି ସୁରୁଖୁରୁରେ ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ରୋତ୍ସବ ସଂପନ୍ନ ହୋଇଛି। ତିନି ରଥ ବି ଦକ୍ଷିଣ ମୋଡ଼ ନେଇ ସିଂହ ଦ୍ୱାରରେ ଶ୍ରୀବିଗ୍ରହମାନଙ୍କୁ ଅପେକ୍ଷା କରି ରହିଛନ୍ତି। ଆଜି ସକାଳ ୬ଟାରୁ ଆରମ୍ଭ ହୋଇଯିବ ଶ୍ରୀବିଗ୍ରହମାନଙ୍କ ରୀତିକାନ୍ତି। ସକାଳ ୬ଟାରେ ମଙ୍ଗଳ ଆଳିତରୁ ଏହା ଆରମ୍ଭ ହେବ। ୬ଟା ୧୦ରେ ମଇଲମ, ସାଢେ଼ ୬ଟାରେ ତଡ଼ପଲାଗି ଓ ରୋଷହୋମ ନୀତି ହେବ। ସେହିପରି ସକାଳ ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢେ଼ ୭ଟାରେ ଦ୍ୱାରପାଳ ପୂଜା ଓ ବେଶ, ସକାଳ ୮ଟାରୁ ୯ଟା ମଧ୍ୟରେ ଗୋପାଳବଲ୍ଲଭ, ସକାଳ ଧୂପ ଓ ଖୋଚୁଡ଼ି ଭୋଗ ଲାଗି ହେବ। ସାଢେ଼ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୪୫ରେ ମଙ୍ଗଳାର୍ପଣ ହେବ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ସକାଳ ୧୦ଟାରେ ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ଚାଲିବ। ଦିନ ଗୋଟାଏରୁ ସାଢେ଼ ଗୋଟାଏ ମଧ୍ୟରେ ରଥକୁ ମଦନମୋହନ ବିଜେ ଏବଂ ସାଢେ଼ ଗୋଟାଏରୁ ୨ଟା ମଧ୍ୟରେ ହେବ ଚିତାଲାଗି। ଏହାରି ମଧ୍ୟରେ ଦିନ ଗୋଟାଏରୁ ୨ଟା ମଧ୍ୟରେ ଠାକୁରଙ୍କ ବେଶ ସରିବ। ଅପରାହ୍ମ ୨ଟାରୁ ୩ଟା ମଧ୍ୟରେ ରଥରେ ଗଜପତି ମହାରାଜା ଛେରା ପହଁରା କରିବେ। ଦିନ ଅଢେ଼ଇଟାରୁ ସାଢେ଼ ୩ଟା ମଧ୍ୟରେ ଚାରମାଳ ଫିଟାଯାଇ ରଥରେ ଘୋଡ଼ା ଯୋଚା ଏହଂ ସାରଥୀ ଲାଗି ହେବ। ଅପରାହ୍ନ ସାଢେ ୩ ଟାରେ ହେବ ରଥଟଣା। ରଥଟଣା ଶେଷ ହେବା ପରେ ଅନ୍ୟ ନୀତି ରଥ ଉପରେ ହିଁ ସଂପନ୍ନ କରାଯିବ।

ଆଜି ପୁରୀକୁ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos