ଆଜିଠୁ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ଆଡମିଶନ

ଭୁବନେଶ୍ୱର: ଗୁରୁବାରଠାରୁ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ଆଡମିଶନ। ଏହି ୨୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ରାଜ୍ୟର ୭୦୫ଟି କଲେଜରେ ଦୁଇ ଲକ୍ଷ୍ୟରୁ ଅଧିକ ସିଟ୍ ରହିଛି। ସେହିପରି ଆଡମିଶନରେ ସହାୟତା ଲାଗି ୪୬୪ଟି ସାମ୍ ସେଣ୍ଟର ଖୋଲାଯାଇଛି। ମନୋନୀତ କଲେଜରେ ଛାତ୍ରଛାତ୍ରୀ ନାଁ ଲେଖାଇବାକୁ ବାଧ୍ୟ। ନଚେତ୍ ଆଡମିଶନ ପ୍ରକ୍ରିୟାରୁ ବାଦ୍ ପଡିବେ। ଗତକାଲି ଯୁକ୍ତ ତିନିର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲା। ବିଜ୍ଞାନ, ବାଣିଜ୍ୟ ଓ କଳା, ତିନୋଟି […]

student-result

student-result

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 04:36 AM IST

Sports

Latest News

ଭୁବନେଶ୍ୱର: ଗୁରୁବାରଠାରୁ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ଆଡମିଶନ। ଏହି ୨୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ରାଜ୍ୟର ୭୦୫ଟି କଲେଜରେ ଦୁଇ ଲକ୍ଷ୍ୟରୁ ଅଧିକ ସିଟ୍ ରହିଛି। ସେହିପରି ଆଡମିଶନରେ ସହାୟତା ଲାଗି ୪୬୪ଟି ସାମ୍ ସେଣ୍ଟର ଖୋଲାଯାଇଛି। ମନୋନୀତ କଲେଜରେ ଛାତ୍ରଛାତ୍ରୀ ନାଁ ଲେଖାଇବାକୁ ବାଧ୍ୟ। ନଚେତ୍ ଆଡମିଶନ ପ୍ରକ୍ରିୟାରୁ ବାଦ୍ ପଡିବେ। ଗତକାଲି ଯୁକ୍ତ ତିନିର ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲା। ବିଜ୍ଞାନ, ବାଣିଜ୍ୟ ଓ କଳା, ତିନୋଟି ଯାକ ଷ୍ଟ୍ରିମରେ ବିଜେବି କଲେଜ ଆଗରେ ରହିଛି। ବିଜେବିରେ ବିଜ୍ଞାନର ପିସିଏମ୍ ପାଇଁ ୯୨.୩୩ ପ୍ରତିଶତ, ସିବିଜେଡ୍ ପାଇଁ ୯୦.୬ ପ୍ରତିଶତ କଟଅଫ୍ ମାର୍କ ରହିଥିବା ବେଳେ ବାଣିଜ୍ୟ ପାଇଁ ୮୩ ପ୍ରତିଶତ ଏବଂ କଳା ପାଇଁ ୭୩.୩୩ ପ୍ରତିଶତ ରହିଛି ବୋଲି  ଆଡ଼ମିଶନ୍ ଇନଚାର୍ଜ ମିହିର କୁମାର ଦାଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos