ହିତାଧିକାରୀଙ୍କୁ ମିଳିଲା ଭତ୍ତା

vatha

ଭୁବନେଶ୍ୱର: ଆଜି ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା ଏବଂ  ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା। ଆରବିଆଇ ଓ ଏସବିଆଇର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ଗତକାଲି ହିତାଧିକାରୀଙ୍କୁ ଭତ୍ତା ମିଳିବ ବୋଲି ସୂଚନା ଦେଇଥିଲେ।

ଜିଲ୍ଲା ସ୍ତରରେ ଭତ୍ତା ବଣ୍ଟନ ନେଇ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଟଙ୍କା ବଦଳାଇବା ସମୟରେ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ବିଜେଡି ନେତା ଓ କର୍ମୀଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।

Previous ArticleNext Article

Send this to a friend