ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ss1

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳକୁ ଯିବା ପାଇଁ ଯଶିପୁର ପଟେ କାଳିଆଣି ତନଖି ଫାଟକ ଏବଂ ବାରିପଦା ପଟୁ ପଠାବଟା ଫାଟକ ଦେଇ ଅନୁମତି  ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପ୍ରତିଦିନ ଯଶିପୁର ପଟେ ୩୫ଟି ଚାରିଚକିଆ ଯାନ ଓ ପିଠାବଟା ପଟେ ସର୍ବାଧିକ ୨୫ଟି ଚାରିଚକିଆ ଯାନ ଶିମିଳିପାଳ ଭିତରକୁ ଯିବା ପାଇଁ ଅନୁମତି ମିଳିବ। ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ଗାଡ଼ିରେ  ଜଣେ ଗାଇଡ ନେବା ବାଧ୍ୟତାମୂଳକ କରାଯାଇଛି। ପର୍ଯ୍ୟଟକଙ୍କୁ ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ପିଠାବଟା ଓ କାଳିଆଣି କାଉଣ୍ଟରରୁ ସକାଳ ୬ଟାରୁ ୯ ଟା ପର୍ଯ୍ୟନ୍ତ ମିଳିପାରିବ। ଅପରାହ୍ନ ୩ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କୁ ଯୋରନ୍ଦା ବରେହିପାଣି ଜଳ ପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ପଡ଼ିବ।

Previous ArticleNext Article

Send this to a friend