ଏକାଧିକ ଜମି ଓ ଘର ହାତେଇବା ମାମଲା: ୮୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

cuttack-development-authority

କଟକ: ଇଚ୍ଛାଧୀନ କୋଟାରେ ବେଆଇନ ଭାବେ ଏକାଧିକ ପ୍ଲଟ ଓ ଫ୍ଲାଟ୍ ହାତେଇଥିବା ଆଉ ୮୫ ଜଣ ବ୍ୟକ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ସିଡିଏ।  ସିଡିଏ କର୍ତ୍ତୃପକ୍ଷ ବିଭିନ୍ନ ପର୍ଯ୍ୟାୟରେ ପୂର୍ବରୁ ୧୮୦ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବାବେଳେ ମଙ୍ଗଳବାର କେବଳ ଇଚ୍ଛାଧୀନ କୋଟାରେ ବେଆଇନ ଭାବେ ଏକାଧିକ ପ୍ଲଟ୍ ଓ ଫ୍ଲାଟ୍ ହାତେଇଥିବା ୬୬ଟି କେସରେ ୮୫ ଜଣଙ୍କୁ ସୋ’ କଜ୍ ନୋଟିସ ଜାରି କରିଥିବା ସିଡିଏ ସଚିବ ମନସ୍ୱିନୀ ସାହୁ ସୂଚନା ଦେଇଛନ୍ତି । ପୂର୍ବରୁ ସାଧାରଣ ଆବଣ୍ଟନ ଓ ଲଟେରି ମାଧ୍ୟମରେ ଏକାଧିକ ପ୍ଲଟ ଓ ଫ୍ଲାଟ୍ ନେଇଥିବା ୧୯୧ ଜଣଙ୍କ ଫ।ଇଲ ଭିଜିଲାନ୍ସକୁ ମଧ୍ୟ ହସ୍ତାନ୍ତର କରିଛି ସିଡିଏ।

Previous ArticleNext Article

Send this to a friend