ଏନ୍‌ଆଇଏରେ ହାଜର ପାଇଁ ଦିଲ୍ଲୀ ଗଲେ ଅଖତାର

କଟକ (ଓଡ଼ିଶା ରିପୋର୍ଟର): ଆତଙ୍କବାଦ ଲିଙ୍କରେ ଜେରାରେ ସମ୍ମୁଖୀନ ହୋଇଥିବା ଅଖତାର ହୁସେନ ଖାନ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ରେ ହାଜର ହେବା ପାଇଁ ନୂଆଦିଲ୍ଲୀ ଯାଇଛନ୍ତି। ଆଜି ଅପରାହ୍ନ ୧ଟା ବେଳେ ଅଖତାର କଟକ ଷ୍ଟେସନ୍‌ରୁ ନନ୍ଦନକାନନ ଏକ୍ସପ୍ରେସରେ ଦିଲ୍ଲୀ ଯାଉଛନ୍ତି। ଆସନ୍ତା ୪ ତାରିଖରେ ଏନ୍‌ଆଇଏରେ ହାଜର ହେବେ। ସାଥୀରେ ତାଙ୍କର ପୁଅ ମଧ୍ୟ ଯାଉଛନ୍ତି। ତେବେ ଦିଲ୍ଲୀ ଯିବା ପୂର୍ବରୁ ସେ କହିଛନ୍ତି, ମୁଁ କିଛି ଭୁଲ କରିନାହିଁ। ଏନ୍‌ଆଇଏ କଣ ପଚାରିବ ମୁଁ ଜାଣିନାହିଁ ବୋଲି କହିଛନ୍ତି।

ଗତ ୨୯ ତାରିଖରେ ସକାଳେ ଏନ୍‌ଆଇଏର ୬ ଜଣିଆ ଟିମ୍‌ ସାଲେପୁର କିଶନନଗର ନିକଟ ସାମନ୍ତରାପୁର ଗାଁରେ ଚଢ଼ାଉ କରି ଅଖତାର ହୁସେନଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଥିଲା। ପରେ ଉଠାଇ ନେଇ କଟକରେ ମଧ୍ୟ ପଚରାଉଚୁରା କରିଥିଲା।

କଟକ ଜିଲ୍ଲା ନେମାଳ ଅଞ୍ଚଳର ଅଖତର ୧୫ ବର୍ଷ ଧରି ଦୁବାଇ ଓ ସାଉଦି ଆରବରେ କାମ କରିବା ପରେ ଓଡ଼ିଶା ଫେରିଥିଲା। ସେ ନିଜ ଗାଁକୁ ନଯାଇ ୪ ବର୍ଷ ହେବ ସାମନ୍ତରାପୁରରେ ଭଡା ଘର ନେଇ ରହିଆସୁଥିଲେ।

Previous ArticleNext Article

Send this to a friend