ସର୍ବଦଳୀୟ ବୈଠକ: ଜିଲ୍ଲା ପରିଷଦ ନିର୍ବାଚନ ଅଲଗା କରିବାକୁ ଦାବି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସର୍ବଦଳୀୟ ବୈଠକ ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ନେଇ କମିଶନ ଆଲୋଚନା କରିଛନ୍ତି। ନିର୍ବାଚନ କାର୍ଯ୍ୟସୂଚୀ, ମନୋନୟନ ପତ୍ର, ନିର୍ବାଚନୀ ଖର୍ଚ୍ଚ, ନିର୍ବାଚନ ବେଳେ ଯାନବାହାନ ବ୍ୟବହାର ଓ ଆଦର୍ଶ ଆଚରଣ ବିଧି ପାଳନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ  ଆଲୋଚନା ହୋଇଛି। ବୈଠକରେ ବିଜେଡି, ବିଜେପି ଓ କଂଗ୍ରେସ ସମେତ ସମସ୍ତ ରାଜନୈତିକ […]

nii

nii

Rakesh Mallick
  • Published: Monday, 26 December 2016
  • Updated: 26 December 2016, 07:41 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସର୍ବଦଳୀୟ ବୈଠକ ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ନେଇ କମିଶନ ଆଲୋଚନା କରିଛନ୍ତି। ନିର୍ବାଚନ କାର୍ଯ୍ୟସୂଚୀ, ମନୋନୟନ ପତ୍ର, ନିର୍ବାଚନୀ ଖର୍ଚ୍ଚ, ନିର୍ବାଚନ ବେଳେ ଯାନବାହାନ ବ୍ୟବହାର ଓ ଆଦର୍ଶ ଆଚରଣ ବିଧି ପାଳନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ  ଆଲୋଚନା ହୋଇଛି।

ବୈଠକରେ ବିଜେଡି, ବିଜେପି ଓ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ଜିଲ୍ଲା ପରିଷଦ ନିର୍ବାଚନ ଅଲଗା କରାଯିବାକୁ  ଦାବି କରାଯାଇଛି। ଏହା ସହ ଗୋଟିଏ ଦିନରେ  ଜିଲ୍ଲା ପରିଷଦ ନିର୍ବାଚନର ଭୋଟ ଗଣତି କରାଯିବାକୁ ମଧ୍ୟ ରାଜନୈତିକ ଦଳ ଗୁଡ଼ିକର ପ୍ରତିନିଧିମାନେ ଦାବି  ଜଣାଇଛନ୍ତି।

ଦୁଇ ଦିନ ମଧ୍ୟରେ  ପଞ୍ଚାୟତ  ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଚଳିତବର୍ଷ ରାଜ୍ୟର ୮୫୩ ଜିଲ୍ଲା ପରିଷଦ, ୬,୮୦୪ ପଞ୍ଚାୟତ ଓ ୯୨,୦୪୫ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥର ୫୯୪ଟି ନୂଆ ପଞ୍ଚାୟତ ସାମିଲ ହୋଇଛି। ଗତ ୨୧ ତାରିଖରେ କମିଶନ ଡାକିଥିବା ସର୍ବଦଳୀୟ ବୈଠକ ବାତିଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos