ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଦାବି ପୂରଣ ପାଇଁ ବିଭିନ୍ନ ଉପାୟରେ ପ୍ରତିବାଦ କରାଯାଉଛି। ମାତ୍ର ସମ୍ବଲପୁରର ୧୦୮ ଆମ୍ୱୁଲାନ୍ସ କର୍ମଚାରୀମାନେ ପ୍ରତିବାଦ ସ୍ୱତନ୍ତ୍ର ନିଆରା। ସେମାନେ ଆଜି ଧନୁପାଲି ବଜାରରେ ପରିବା ବିକ୍ରି କରିଛନ୍ତି। ଗ୍ରାହକଙ୍କୁ ଡାକି ପରିବା ବିକ୍ରି କରୁଛନ୍ତି। ଆଉ କିଛି କର୍ମଚାରୀ ହାତରେ ପ୍ଲାଗ୍‌କାର୍ଡ଼ ଧରି ଠିଆ ହୋଇଛନ୍ତି। ଗତକାଲି ଆନ୍ଦୋଳନରତ କର୍ମଚାରୀମାନେ ମୁହଁରେ କଳାକନା ବାନ୍ଧି ଲକ୍ଷ୍ମୀଟକିଜ ଛକଠାରେ ଧାରଣାରେ ବସିଥିଲେ।</p> <p>ଆମ୍ୱୁଲାନ୍ସ କର୍ମଚାରୀମାନେ ପୂର୍ବରୁ ରାସ୍ତାରେ ଯାଉଥିବା ଲୋକଙ୍କୁ ଡାକି ଖିଅର କରିବା, ମୁହଁରେ କଳାପଟି ବାନ୍ଧି ସମ୍ବଲପୁର ଜେଲ ଛକ ନିକଟରେ ଧାରଣାରେ ବସିବା, ମାଆ ସମଲେଶ୍ୱେରୀଙ୍କ ମନ୍ଦିର ପାଚେରୀ ପାଖରେ ଭିକ ମାଗି ପ୍ରତିବାଦ କରିଥିଲେ। ସେହିପରି ପୂର୍ବରୁ କଚେରୀ ଛକରେ ଜୋତା ପଲିସି କରି ପ୍ରତିବାଦ କରିଥିଲେ। ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆମ୍ବୁଲାନ୍ସ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।