ଆମେ ସବୁ ‘ଆମେ’ରେ ଅଛୁ, ସେପଟେ ସବୁ ‘ମୁଁ’ରେ ଚାଲିଛି: ତାରା

ଭୁବନେଶ୍ୱର: କଂଗ୍ରେସରେ ମତାନ୍ତର ନ ଥିବା ନେଇ ନେତାମାନେ ଯେତେ ସଫେଇ ଦେଉଥିଲେ ମଧ୍ୟ ଏହା ଯେ ଠିକ୍‌ ନୁହେଁ ବୋଲି ବାରମ୍ବାର ପ୍ରମାଣିତ ହୋଇଛି। ବରିଷ୍ଠ ନେତାଙ୍କ ବିରୋଧରେ ମନ୍ତବ୍ୟ ହେଉ କି ହାଇକମାଣ୍ଡଙ୍କୁ ଭେଟି ମୁଖିଆଙ୍କ ବିରୋଧରେ ଅଭିଯୋଗ ହେଉ ରାଜ୍ୟ କଂଗ୍ରେସରେ ଏହା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏବେ ପିସିସି ଓ ବିଧାୟକ ଦଳ ମଧ୍ୟରେ ପୁଣି ବଳ କଷାକଷି ଆରମ୍ଭ ହୋଇଛି। ଏପରିକି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ […]

tara

tara

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 08:31 PM IST

ଭୁବନେଶ୍ୱର: କଂଗ୍ରେସରେ ମତାନ୍ତର ନ ଥିବା ନେଇ ନେତାମାନେ ଯେତେ ସଫେଇ ଦେଉଥିଲେ ମଧ୍ୟ ଏହା ଯେ ଠିକ୍‌ ନୁହେଁ ବୋଲି ବାରମ୍ବାର ପ୍ରମାଣିତ ହୋଇଛି। ବରିଷ୍ଠ ନେତାଙ୍କ ବିରୋଧରେ ମନ୍ତବ୍ୟ ହେଉ କି ହାଇକମାଣ୍ଡଙ୍କୁ ଭେଟି ମୁଖିଆଙ୍କ ବିରୋଧରେ ଅଭିଯୋଗ ହେଉ ରାଜ୍ୟ କଂଗ୍ରେସରେ ଏହା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏବେ ପିସିସି ଓ ବିଧାୟକ ଦଳ ମଧ୍ୟରେ ପୁଣି ବଳ କଷାକଷି ଆରମ୍ଭ ହୋଇଛି। ଏପରିକି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ‘ମୁଁ ନୁହେଁ ଆମେ’ ସ୍ଲୋଗାନକୁ ଆଜି ତାରା ପ୍ରସାଦ ବାହିନୀପତି କଟାକ୍ଷ କରିଛନ୍ତି।

ବିରୋଧୀଦଳ ମୁଖ୍ୟ ସଚେତକ ବାହିନୀପତି କହିଛନ୍ତି,“ଏହା ବିଧାୟକ ଦଳର ବୈଠକ। ପିସିସି ସଭାପତିଙ୍କୁ ଡାକିବାର କୌଣସି ଆବଶ୍ୟକତା ନାହିଁ। ବିଧାନସଭା ଅଧିବେସନ ବେଳେ ଯେଉଁ ବୈଠକ ହେବ ଇଚ୍ଛା ହେଲେ ଡାକିବୁ ନ ହେଲେ ନାହିଁ। ଆମେ ସବୁ ‘ଆମେ’ରେ ଅଛୁ। ସେପଟେ ସବୁ ‘ମୁଁ’ରେ ଚାଲିଛି। ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ଓ ମତାତନ୍ତର ଲାଗି ରହିଛି।”

ବିଧାୟକ ପ୍ରଫିଲ୍ଲ ମାଝି କହିଛନ୍ତି,“ଦଳ ମଧ୍ୟରେ ରହିଥିବା ସମନ୍ୱୟର ଅଭାବ କିପରି ଦୂର ହେବ ତାକୁ ଧ୍ୟାନ ଦେଉଛୁ। ଏହା ଏଆଇସିସିର କାମ। ଏଆଇସିସି ଠିକ୍‌ ସମୟରେ ଠିକ୍‌ ପଦକ୍ଷେପ ନ ନେଲେ ଦଳ ପାଇଁ ଏହା ଶୁଭଙ୍କର ହେବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos