ମୁଖ୍ୟମନ୍ତ୍ରୀଙ୍କ ପାଇଁ ୫ ମିନିଟ୍ ଅଟକି ରହିଲା ଆମ୍ବୁଲାନ୍ସ

car

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍‌କେଡ୍ ପାଇଁ ଅଟକିଲା ଆମ୍ବୁଲାନ୍ସ। ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଯିବ ବୋଲି ଆଜି ବିଜେଡି ମୁଖ୍ୟାଳୟ ସାମ୍ନାରେ ଏକ ଆମ୍ବୁଲାନ୍ସକୁ ପ୍ରାୟ ୫ ମିନିଟ୍ ଅଟକାଇ ଦିଆଯାଇଥିଲା। ଚାରି ଦିଗରୁ ଗାଡ଼ି ଗୁଡ଼ିକୁ ଅଟକାଇ ଥିଲା ଟ୍ରାଫିକ୍ ପୋଲିସ୍‌। ତେଣୁ ଫରେଷ୍ଟପାର୍କରୁ ଏଜି ଛକ ଯାଏ ଗାଡ଼ିମୋଟର ଜାମ୍ ହୋଇଯାଇଥିଲା। ଏହି ଜାମ୍‌ରେ ଫସି ଯାଇଥିଲା ଜଣେ ଗୁରୁତର ରୋଗୀଙ୍କୁ ନେଉଥିବା ଆମ୍ବୁଲାନ୍ସ।

ଏ ସଂପର୍କିତ ସବିଶେଷ ଖବରକୁ ଅପେକ୍ଷା କରାଯାଇଛି।

Previous ArticleNext Article

Leave a Reply

Send this to a friend