ଆନନ୍ଦପୁର ବେଲବାହାଳି ଘଟଣା: ଆନ୍ଦୋଳନକାରୀଙ୍କୁ ମୁକ୍ତ କରା ନ ଗଲେ ବିଜେପି କରିବ ପଦଯାତ୍ରା

ଭୁବନେଶ୍ୱର: ଆନନ୍ଦପୁର ବେଲବାହାଳିରେ ପୋଲିସ ଓ ଜନତା ସଂଘର୍ଷକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପି ରାଜ୍ୟ ସଭାପତି ରବିବାର ଏକ ପ୍ରେସମିଟରେ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜକୁ ଅମାନବୀୟ ବୋଲି କହିବା ସହ ନିନ୍ଦା କରିଛନ୍ତି । ସରକାରୀ ନିର୍ଦ୍ଦେଶରେ ରାତିଅଧିଆ ଗ୍ରାମବାସୀଙ୍କୁ ଗିରଫ କରାଯାଉଛି । ସେତୁ ନିର୍ମାଣକୁ ବିରୋଧ କରାଯାଉନାହିଁ, କେବଳ ସ୍ଥାନ ପରିବର୍ତ୍ତନ ଲାଗି ଦାବି କରାଯାଉଛି । ମାତ୍ର ପ୍ରଶାସନ ବଳପୂର୍ବକ ସେତୁ ନିର୍ମାଣ ଲାଗି ଉଦ୍ୟମ […]

bjp1

bjp1

Rakesh Mallick
  • Published: Sunday, 12 July 2015
  • Updated: 12 July 2015, 02:47 PM IST

Sports

Latest News

ଭୁବନେଶ୍ୱର: ଆନନ୍ଦପୁର ବେଲବାହାଳିରେ ପୋଲିସ ଓ ଜନତା ସଂଘର୍ଷକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପି ରାଜ୍ୟ ସଭାପତି ରବିବାର ଏକ ପ୍ରେସମିଟରେ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜକୁ ଅମାନବୀୟ ବୋଲି କହିବା ସହ ନିନ୍ଦା କରିଛନ୍ତି । ସରକାରୀ ନିର୍ଦ୍ଦେଶରେ ରାତିଅଧିଆ ଗ୍ରାମବାସୀଙ୍କୁ ଗିରଫ କରାଯାଉଛି । ସେତୁ ନିର୍ମାଣକୁ ବିରୋଧ କରାଯାଉନାହିଁ, କେବଳ ସ୍ଥାନ ପରିବର୍ତ୍ତନ ଲାଗି ଦାବି କରାଯାଉଛି । ମାତ୍ର ପ୍ରଶାସନ ବଳପୂର୍ବକ ସେତୁ ନିର୍ମାଣ ଲାଗି ଉଦ୍ୟମ କରୁଥିବା କେଭି କହିଛନ୍ତି । ପୂର୍ବ ଯୋଜନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସବୁ କରାଯାଉଥିବା କେଭି ଅଭିଯୋଗ କରିଛନ୍ତି । ଗିରଫଙ୍କୁ ତୁରନ୍ତ ଖଲାସ କରାଯିବା ସହ ଆର୍ମସ ଆକ୍ଟ ଲାଗୁ କରାଯିବାକୁ ସେ ଦାବି କରିଛନ୍ତି । ଶୀଘ୍ର ଦାବି ପୂରଣ କରା ନ ଗଲେ ଓ ବଳପୂର୍ବକ ସେତୁ ନିର୍ମାଣ କରାଗଲେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହ ବେଲବାହାଳିରୁ ଭୁବନେଶ୍ୱରକୁ ଦଳ ପଦଯାତ୍ରା କରିବ ବୋଲି ସେ କହିଛନ୍ତି ।

କେଭି କହିଛନ୍ତି ଯେ, ଆକ୍ରୋଶମୂଳକ ଭାବେ ଏବେ ଗ୍ରାମବାସୀଙ୍କୁ ହଇରାଣ କରାଯାଇଛି । ପୋଲିସ ଗ୍ରାମର ୬୩ ମହିଳା ଓ ୫୦ ପୁରୁଷଙ୍କୁ ଗିରଫ କରି ଜେଲରେ ରଖିଛି । ଗ୍ରାମବାସୀଙ୍କୁ ଗିରଫ କରାଯାଇ ଜେଲ ନିଆଯିବା ପରେ ଏବେ ସେଠାରେ ଆବଶ୍ୟକଠାରୁ ଅଧିକ ଲୋକ ରହିଛନ୍ତି । ଯାହାକୁ ନେଇ ଜେଲ ମଧ୍ୟରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ପୋଲିସ ଗ୍ରାମରୁ ଉଠାଇ ନେଇଥିବା ଲୋକଙ୍କ ମଧ୍ୟରେ ଜଣେ ୭୦ରୁ ୭୫ ବର୍ଷର ବୃଦ୍ଧା ରହିଛନ୍ତି । ଯାହାଙ୍କୁ ପୋଲିସ ଅମାନବୀକ ଭାବେ ମାଡ ମାରିଥିବା ସେ କହିଛନ୍ତି । ଗିରଫ ମହିଳାଙ୍କ ମଧ୍ୟରେ ୧୧ଜଣ ଏପରି ରହିଛନ୍ତି ଯେଉଁମାନଙ୍କ ୧ବର୍ଷରୁ କମ ବୟସର ପିଲା ଗ୍ରାମରେ ରହିଯାଇଛନ୍ତି । ଏପରି କି ଗିରଫ ହୋଇଥିବା ଲୋକଙ୍କ ପାଇଁ ୩ଜଣ ଗ୍ରାମବାସୀ ଲୁଗା ଓ ପୋଷାକ ନେଇ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ମଧ୍ୟ ଜେଲରେ ଭରି ଦେଇଥିବା କେଭି ଅଭିଯୋଗ କରିଛନ୍ତି । ପୁରା ଗାଁକୁ ପୋଲିସ ଘେରି ରହିଛି । ଯଦି କେହି ଗ୍ରାମକୁ ଯାଉଛନ୍ତି ପୋଲିସ ସେମାନଙ୍କୁ ପଚରାଉଚରା କରୁଛନ୍ତି । ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ଗାଁରେ ବିଦ୍ୟୁତ କାଟ କରିଦିଆଯାଇ ଲୋକଙ୍କୁ ହଇରାଣ କରାଯାଉଛି । ଏହାର ଜବାବ ଦେଛନ୍ତି ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା । ସେ କହିଛନ୍ତି ଯେ, ପ୍ରଶାସନିକ ବ୍ୟବସ୍ଥାରେ ପ୍ରତିବନ୍ଧକ ସୃଷ୍ଟି କରାଗଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥାଏ । ଏଠାରେ ମଧ୍ୟ ଏହି ସମସ୍ୟା ହୋଇଛି । ଏ ନେଇ ବିଜେପି ପକ୍ଷରୁ ଦାବି କରାଯିବା ସ୍ୱଭାବିକ । ମାତ୍ର ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଯୋଡାଯିବା ଠିକ ନୁହଁ ବୋଲି ବିଜେଡି ମୁଖପାତ୍ର ବେହେରା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos