ଆନନ୍ଦପୁର ବେଲବାହାଳି ପୋଲିସ-ଜନତା ସଂଘର୍ଷ ଘଟଣା: ଗିରଫ ୬୩ ମହିଳାଙ୍କୁ ମିଳିଲା ଜାମିନ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଳିରେ କୁଶେଇ ସେତୁ ସ୍ଥାନ ପରିବର୍ତ୍ତନକୁ ନେଇ ଗତ ୭ ତାରିଖରେ ପୋଲିସ ଓ ସ୍ଥାନୀୟ ଜନତାଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ସଂଘର୍ଷରେ ଉଭୟ ପକ୍ଷର ୧୨ ଜଣ ଲେଖାଏଁ ଆହତ ହୋଇଥିଲେ । ପରେ ପୋଲିସ ଗ୍ରାମରେ ଚଢାଉ କରି ୧୧୮ଜଣ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ୬୩ଜଣ ମହିଳା ଥିଲେ । ଯେଉଁମାନଙ୍କୁ ଆଜି କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଜାମିନ ପ୍ରଦାନ କରିଛନ୍ତି […]

belabahali-blockade

belabahali-blockade

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 12:46 PM IST

Sports

Latest News

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଳିରେ କୁଶେଇ ସେତୁ ସ୍ଥାନ ପରିବର୍ତ୍ତନକୁ ନେଇ ଗତ ୭ ତାରିଖରେ ପୋଲିସ ଓ ସ୍ଥାନୀୟ ଜନତାଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ସଂଘର୍ଷରେ ଉଭୟ ପକ୍ଷର ୧୨ ଜଣ ଲେଖାଏଁ ଆହତ ହୋଇଥିଲେ । ପରେ ପୋଲିସ ଗ୍ରାମରେ ଚଢାଉ କରି ୧୧୮ଜଣ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ୬୩ଜଣ ମହିଳା ଥିଲେ । ଯେଉଁମାନଙ୍କୁ ଆଜି କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଜାମିନ ପ୍ରଦାନ କରିଛନ୍ତି । ଏହି ମହିଳାମାନଙ୍କ ମଧ୍ୟରେ ଜଣେ ୬୫ରୁ ୭୦ ବର୍ଷର ବୃଦ୍ଧାଙ୍କ ସମେତ ଘରେ ୫ବର୍ଷ ବୟସର ପିଲା ଥିବା ୧୦ଜଣ ମହିଳା ଥିଲେ । ଯେଉଁମାନଙ୍କୁ ତୁରନ୍ତ ଛାଡା ଯିବାକୁ ବିଭିନ୍ନ ମହଲରୁ ଦାବି ହେଉଥିଲା ।

ସୂଚନାଯୋଗ୍ୟ, ୨୧୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଲାଗି କୁଶେଇ ନଦୀ ଉପରେ ପ୍ରସ୍ତାବିତ ସେତୁକୁ ଗାଁ ଲୋକେ ତୀବ୍ର ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ଦାବିକୁ ନେଇ ବହୁବାର ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ଗତ ୬ ତାରିଖରେ ଗାଁର ଲୋକେ ଧାରଣା ଦେଇଥିଲେ। ପରଦିନ ୭ ତାରିଖ ସକାଳେ ଗ୍ରାମବାସୀ ପୁଣି ଥରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆନ୍ଦୋଳନକାରୀ ଓ ପୋଲିସ୍ ମଧ୍ୟରେ ସଂଘର୍ଷ ଘଟିଥିଲା ।

ଏହି ଘଟଣାକୁ ନେଇ ଓଡ଼ିଶାରେ ରାଜନୀତି ମଧ୍ୟ ଜୋର ଧରିଛି । ଉଭୟ ବିଜେପି ଓ କଂଗ୍ରେସ ଏଥିପାଇଁ ସରକାରଙ୍କୁ ଦୋଷ ଦେଉଛନ୍ତି । ଜୁଲାଇ ୧୦ ତାରିଖରେ ବିରୋଧୀ ଦଳ ନେତା ନରସିଂହ ମିଶୟଙ୍କ ସମେତ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଏବଂ ଅନନ୍ତ ସେଠୀ ବେଲବାହାଳିରେ ପହଞ୍ଚି ସଂଘର୍ଷର କାରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେହିପରି ଜୁଲାଇ ୧୧ ତାରିଖରେ ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଆଲୋଚନା କରିଥିଲା । ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ଭାଗିରଥୀ ସେଠୀ ଏବଂ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ବେଲବାହାଳି ଗାଁକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos