ପକେଟ୍‌ ଖାଲି କରୁଛି ଟୋଲଗେଟ୍‌: ଉଚ୍ଛେଦ ଦାବିରେ ଧାରଣା ୫୨ ଦିନରେ, ୧୪୪ ଧାରା ଜାରି

kjr

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ବନାଯୋଡ଼ି ଟୋଲଗେଟ୍ ଉଚ୍ଛେଦ ଦାବି ଜୋର ଧରିଛି। ଆଞ୍ଚଳିକ ବିକାଶ ମଞ୍ଚର ଦିଆଯାଇଥିବା ଧାରଣା ୫୨ ଦିନରେ ପହଞ୍ଚିଛି। ଆଜି ୨୦ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ଟି ଟୋଲଗେଟ୍‌ରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜରାସ୍ତା ବନ୍ଦ କରିବାକୁ ଚେତାବନୀ ଦେଇଛି ଆଞ୍ଚଳିକ ବିକାଶ ମଞ୍ଚ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଟୋଲଗେଟ୍ ଏରିଆରେ ୧୪୪ ଧାରା ଜାରି କରାଯାଇଛି।

ଆସନ୍ତା ୨୫ ତାରିଖ ଯାଏଁ ଏଠାରେ ୧୪୪ ଧାରା ବଳବତ୍ତର ରହିବ।  ମଞ୍ଚର ଅଭିଯୋଗ କରିଛି ଯେ, ବନାଯୋଡି ଟୋଲଗେଟ୍ ମ୍ୟୁନିସିପାଲଟିରୁ ୧୦ କିଲୋମିଟର ମଧ୍ୟରେ ଏବଂ ଖଣ୍ଡଘର ଟୋଲଗେଟ୍‌ରୁ ୪୨ କିଲୋମିଟର ମଧ୍ୟରେ ରହିଛି।  ଯାହାକି ରାଜପଥ ନିୟମ ଅନୁସାରେ ବେଆଇନ୍। ବିଭିନ୍ନ ଟୋଲଗେଟ୍‌ରୁ ଟିକସ ଆଦାୟ କରାଯାଉଥିବାରୁ ଏହା ସାଧାରଣ ଲୋକଙ୍କ ପକେଟକୁ ସୁହାଉନି।  ଏପରିକି ରୋଗୀ ନେବା ଆଣିବା କରିବା ବେଳେ ଟିକସ ଦେଇ ଲୋକେ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି।

Previous ArticleNext Article

Send this to a friend