ଅକ୍ଷୟ ତୃତୀୟାରେ ଚତୁର୍ଦ୍ଧାମୂରତୀଙ୍କର ହେବ ରଥ ନିର୍ମାଣର ଅନୁକୁଳ 

Sri-Puri-Jagannath-Temple3

ପୁରୀ: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କର ଚନ୍ଦନଯାତ୍ରା ଆରମ୍ଭ ହେବ। ୨୧ ଦିନ ଧରି ନରେନ୍ଦ୍ର ପୁଷ୍ପରଣୀରେ ମହାପ୍ରଭୁଙ୍କର ଚଳିନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ ଜଳକ୍ରୀଡା କରିବେ। ଚଳିତବର୍ଷ  ନୂତନ ଭାବେ ନିର୍ମାଣ ହୋଇଥିବା ନନ୍ଦା ଓ ଭଦ୍ରା ଚାପରେ ଠାକୁରମାନେ ଜଳକ୍ରୀଡା କରିବେ।

ଚନ୍ଦନଯାତ୍ରା ସହ ରଥଖଳାରେ ଶୁଭାରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଶ୍ୱ ନିଅନ୍ତାଙ୍କ ୩ ରଥର ନିର୍ମାଣ କାର୍ଯ୍ୟ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅକ୍ଷୟ ତୃତୀୟାର ନୀତିକାନ୍ତିକୁ ନେଇ ସ୍ୱତନ୍ତ୍ର ସମୟ ନିର୍ଘଣ୍ଟ କରାଯାଇଛି। ମଧ୍ୟାହ୍ନ ଧୂପ ପରେ ମଣିବିମାନରେ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ପାଲିଙ୍କିରେ ରାମକୃଷ୍ଣ ବିଜେ ହୋଇ ସାଙ୍ଗରେ ପଞ୍ଚୁ ପାଣ୍ଡବଙ୍କୁ ନେଇ ଚନ୍ଦନ ପୁଷ୍କରଣୀକୁ ଯାତ୍ରା କରିବେ। ବାଟରେ ଶ୍ରୀନହର ସମ୍ମୁଖ ରଥଖଳାରେ ରଥ ନିର୍ମାଣ ପାଇଁ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରଦାନ କରାଯିବା।

ରାତ୍ର ୧ଟାରେ ଦ୍ୱାରଫିଟା ଯାଇ ମଙ୍ଗଳ ଆରତୀ, ମଇଲମ ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ ପରେ ଅନ୍ୟାନ୍ୟ ନୀତି ବଢିବ। ପରେ ମଧ୍ୟାହ୍ନ ଧୂପ ଦିଆଯିବ। ୧୨ଟାରେ ବିମାନକୁ ଦିଅଁ ବିଜେ ଏବଂ ରଥ ଆଜ୍ଞାମାଳ ବିଜେ କରାଯିବ। ପରେ ଶ୍ରୀମନ୍ଦିରରୁ ବିମାନ ଉଠିବାର କାର୍ଯ୍ୟକ୍ରମ ରହିଥିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Previous ArticleNext Article

Send this to a friend